ଅନୁଗୁଳରେ ନିଆରା ଦୀପାବଳି

0

ଅନୁଗୁଳ: ଦୀପାବଳି ଅବସରରେ କୋଠାବାଡି, ଘରଦ୍ୱାର,ବାଣିଜ୍ୟିକ ପ୍ରତିଷ୍ଠାନ ସବୁଠି ଦୀପ ଜଳୁଛି।ରଙ୍ଗୀନ ବିଜୁଳି ଏଲିଡି ଆଲୁଅରେ ଝଲମଲ ସାରା ସହର।ହେଲେ ସହର ର ବିଭିନ୍ନ ବରପୁତ୍ର ମଣ୍ଡପ ଗୁଡିକରେ ଖାଲି ଅନ୍ଧାର ର ରାଜୁତି। ଅଧିକାଂଶ ପାର୍କରେ ଲାଇଟ ଜଳୁନି। ତେଣୁ ଶିମିଳିପଡ଼। ର ଅବସରପ୍ରାପ୍ତ ସୈନିକ ପ୍ରମୋଦ ଜେନାଙ୍କ ନେତୃତ୍ୱରେ କିଛି ଯୁବକ ସାହି କ୍ଲବ ପୂଜାମଣ୍ଡପ,ମହାତ୍ମା ଗାନ୍ଧୀ ସ୍ମୃତି ସୌଧରେ ଦୀପ ଜାଳିଥିଲେ। ଦୀପ ଯେଭଳି ନିଜେ ଅନ୍ଧାରରେ ରହି ଅନ୍ୟକୁ ଆଲୋକିତ କରେ ଗାନ୍ଧୀ ସେହିଭଳି ନିଜ ଆଦର୍ଶ ରେ ଏ ଜାତିକୁ ଆଲୋକିତ କରିଥିଲେ। ଏଟିଭିକୁ ଏକ ସାକ୍ଷାତକାର ରେ ଶ୍ରୀ ଜେନା କହିଛନ୍ତି ଆସନ୍ତା ବର୍ଷ ସହରର ସବୁ ପୂଜ୍ୟ ପୂଜା ମଣ୍ଡପରେ ଦୀପ ଦାନ କରାଯିବ।

Leave A Reply

Your email address will not be published.

error: Content is protected !!