ଅନୁଗୁଳ: ଏନ୍ଟିପିସି କଣିହାଁ ପ୍ରକଳ୍ପର ନିର୍ବାହୀ ନିର୍ଦ୍ଦେଶକ କେ. ଶ୍ରୀନିବାସ ରାଓ ପ୍ରକଳ୍ପ ମୁଖ୍ୟ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି । ପ୍ରକଳ୍ପ ମୁଖ୍ୟ ଭାବେ ଅବସ୍ଥାପିତ ଥିବା ସୁଦୀପ ନାଗଙ୍କର ବଦଳି ପରେ ଗତ ବୁଧବାରଠାରୁ ଶ୍ରୀ ରାଓ କାର୍ଯ୍ୟ ତୁଲାଉଛନ୍ତି। କଣିହାଁ ପ୍ରକଳ୍ପରେ ଯୋଗ ଦେବା ପୂର୍ବରୁ ଶ୍ରୀ ରାଓ ଏନ୍ଟିପିସି ଉତ୍ତର ପ୍ରଦେଶର ଟାଣ୍ଡା ପ୍ରକଳ୍ପ ମୁଖ୍ୟ ଭାବରେ ଅବସ୍ଥାପିତ ଥିଲେ । ହାଇଦ୍ରାବାଦର ଜବାହାରଲାଲ ନେହେରୁ ଟେକ୍ନୋଲୋଜିକାଲ ୟୁନିଭରସିଟିରୁ ମେକାନିକାଲ୍ ଇଂଜିନିୟରିଂ ପାସ୍ କରିଥିବା ଶ୍ରୀ ରାଓ ୧୯୮୫ରେ ଏକ୍ଜିକ୍ୟୁଟିଭ୍ ଟ୍ରେନିଂ ଭାବେ ଏନ୍ଟିପିସିରେ ଯୋଗଦାନ କରିଥିଲେ। ତେଲେଙ୍ଗାନାର ରାମଗୁଣ୍ଡମ୍ ସୁପର ଥର୍ମାଲ ପାୱାର ଷ୍ଟେସନ୍ରୁ ଚାକିରି ଜୀବନ ଆରମ୍ଭ କରିଥିବା ଶ୍ରୀ ରାଓ ୩୬ ବର୍ଷ ଧରି ଏନ୍ପିସିର ବିଭିନ୍ନ ପ୍ରକଳ୍ପରେ ଦକ୍ଷତାର ସହ କାର୍ଯ୍ୟ କରି ଆସିଛନ୍ତି।
ଏନ୍ଟିପିସି କଣିହାଁ ପ୍ରକଳ୍ପ ମୁଖ୍ୟ ହେଲେ କେ. ଶ୍ରୀନିବାସ ରାଓ
- Post published:July 17, 2021
- Post category:ମୁଖ୍ୟ ଖବର
- Post comments:0 Comments
- Post author:Biswaranjan Pattnaik
