ଧାର ଟଙ୍କା ନ ଶୁଝିବାରୁ ଯୁବକ ଗିରଫ

You are currently viewing ଧାର ଟଙ୍କା ନ ଶୁଝିବାରୁ ଯୁବକ ଗିରଫ

ଅନୁଗୁଳ: ଧାର ଟଙ୍କା ନ ଶୁଝିବା ଅଭିଯୋଗରେ ଅନୁଗୁଳ ଟାଉନ ଥାନା ପୁଲିସ ସୋମବାର ଜଣେ ଯୁବକଙ୍କୁ ଗିରଫ କରିଛି।

ସୂଚନା ଯେ, ମାଟିଆସାହିର ସରୋଜ ପଧାନ(୩୦) ଓ ତାଙ୍କ ସ୍ତ୍ରୀ ରଶ୍ମୀ ପ୍ରଧାନ ବ୍ୟବସାୟ କରିବା ପାଇଁ ମହିଳା ସଂଘରୁ ଏପ୍ରିଲ ମାସରେ ୫ କିସ୍ତିରେ ୧ ଲକ୍ଷ ୭୭ ହଜାର ଟଙ୍କା ଧାର ନେଇଥିଲେ। ଏହି ଟଙ୍କା ୪/୫ ମାସରେ ଫେରାଇ ଦେବାକୁ କହିଥିଲେ। ତେବେ ସମୟ ହେବାପରେ ତାଙ୍କୁ ଟଙ୍କା ମାଗିବାରୁ ସେମାନେ ଟଙ୍କା ଦେଇନଥିଲେ। ଓଲଟା ସରୋଜ ସଂଘର କର୍ମକର୍ତ୍ତାଙ୍କୁ ଗାଳିଗୁଲଜକରି ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ଏ ନେଇ ସଂଘର ପାର୍ବତୀ ପଧାନ ରବିବାର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗପାଇ ପୁଲିସ ଏକ ମାମଲା ରୁଜୁକରି ସୋମବାର ସରୋଜଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି।

Share

Leave a Reply