ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ଗଡ଼ତରାଶ ଗାଁରେ ସାମାନ୍ୟ ଘଟଣାକୁ ନେଇ ଠେଙ୍ଗାରେ ବାପ ପୁଅଙ୍କୁ ଆକ୍ରମଣ ହୋଇଛି। ସୂଚନା ଯେ, ଗାଁ ୧୩ ଜଣ ଲୋକ ପାଖ ଗାଁ ନୂଆଖେତାକୁ କାମ ପାଇଁ ଯାଇଥିଲେ। ସେଠାରୁ ୮ ତାରିଖ ରାତି ୧୨ଟାରେ ଫେରିବା ସମୟରେ ଏକ ସାମାନ୍ୟ ଘଟଣାକୁ ନେଇ ରମେଶ ଗୋଚ୍ଛାୟତ(୪୫)ଙ୍କ ସହ ଶ୍ୟାମଘନ ଗୋଚ୍ଛାୟତଙ୍କ ପାଟି ଗୋଳ ହୋଇଥିଲା। ଏଥିରେ ଉତ୍କ୍ଷିପ୍ତ ହୋଇ ଏକ ଠେଙ୍ଗାରେ ଶ୍ୟାମଘନ ରମେଶଙ୍କୁ ଆକ୍ରମଣ କରିଥିଲେ। ଫଳରେ ରମେଶଙ୍କ ମୁଣ୍ଡ ଫାଟିଯାଇ ଅଚେତ ହୋଇଯାଇଥିଲେ। ଏହା ଦେଖି ପାଖରେ ଥିବା ରମେଶଙ୍କ ପୁଅ ଅଜୁ ଗୋଚ୍ଛାୟତ ପ୍ରତିରୋଧ କରିବାରୁ ଶ୍ରାମଘନ ତାଙ୍କୁ ମଧ୍ୟ ଆକ୍ରମଣ କରିଥିଲେ। ଫଳରେ ଅଜୁ ମଧ୍ୟ ଗୁରୁତର ଆହତ ହୋଇଥିଲେ। ଉଭୟଙ୍କୁ ଚିକିତ୍ସା ପାଇଁବନ୍ତଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଏ ନେଇ ରମେଶ ମଙ୍ଗଳବାର ବନ୍ତଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ପୁଲିସ ଏକ ମାମଲା ରୁଜୁକରି ଅଭିଯୁକ୍ତ ଶ୍ରାମଘନଙ୍କୁ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଛି।
ଠେଙ୍ଗା ମାଡ଼ରେ ବାପ ପୁଅ ଗୁରୁତର, ଜଣେ ଗିରଫ
- Post published:August 11, 2022
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Angul TV Bureau
