ଅନୁଗୁଳ: ଅନୁଗୁଳ ଟାଉନ ଥାନା ଅଞ୍ଚଳର ଜନୈକା ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ପୁଲିସ ମଙ୍ଗଳବାର ଜଣେ ଯୁବକଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ସୂଚନା ଅନୁଯୟୀ, ସୌଭାଗ୍ୟନଗରର ସେନୁ ଗୋଛାୟତ(୨୧) ନାମକ ଜଣେ ଯୁବକ ନାବାଳିକାକୁ ପ୍ରେମ କରୁଥିବା କହି ଗତ ଏପ୍ରିଲ ୩୦ ତାରିଖ ସକାଳେ ଏକ ନିଛାଟିଆ ସ୍ଥାନରେ ଦୁଷ୍କର୍ମ କରିଥିଲେ। ଏହାପରେ ନାବାଳିକା ଘଟଣା ସମ୍ପର୍କରେ ପରିବାର ଲୋକଙ୍କୁ
ଜଣାଇଥିଲେ। ପରିବାର ଲୋକଙ୍କ ତରଫରୁ ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା । ଅଭିଯୋଗ ପାଇ ପୁଲିସ ଏକ ମାମଲା ରୁଜୁ
କରି ଘଟଣାର ତଦନ୍ତ କରୁଥିଲା । ତେବେ ଥାନାରେ ଅଭିଯୋଗ ହେବା ନେଇ ସୂଚନା ପାଇବାପରେ ଫେରାର ହୋଇଯାଇଥିଲା । ପୁଲିସ ମଙ୍ଗଳବାର ସେନୁଙ୍କୁ ଗିରଫ କରିଛି।
ନାବାଳିକାକୁ ଦୁଷ୍କର୍ମ, ଯୁବକ ଗିରଫ
