ଅନୁଗୁଳ: ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ କାଳିଆକଟା ଗାଁରେ ଜେଏସ୍ପିଏଲ୍ରୁ ଚୋରି ଲୁହା ସାମଗ୍ରୀ ରଖିବା ଅଭିଯୋଗରେ ପୁଲିସ ଜଣେଙ୍କୁ ଗିରଫ କରିଛି। ସୂଚନା ଯେ, ଗାଁର ସନ୍ତୋଷ ନାଏକ ତାଙ୍କ ଘରେ ବହୁ ପରିମାଣର ବିଭିନ୍ନ ପ୍ରକାରର ଲୁହାସାମଗ୍ରୀ ଯାହାକି ଜେଏସ୍ପିଏଲ୍ରୁ ଚୋରିକରୁଥିବା ଲୋକମାନଙ୍କଠାରୁ କିଣି ଗଚ୍ଛିତକରି ରଖୁଥିଲେ। ଏ ନେଇ ପୁଲିସ ସୂଚନା ପାଇବାପରେ ଶୁକ୍ରବାର ବିଳମ୍ବିତ ରାତିରେ ସନ୍ତୋଷଙ୍କ ଘରେ ଚଢ଼ାଉ କରିଥିଲା। ଲୁହା ଜିନିଷକୁ ଜବତକରି ଏକ ମାମଲା ରୁଜୁକରି ସନ୍ତୋଷଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି।
ଜେଏସ୍ପିଏଲ୍ ଚୋରି ସାମଗ୍ରୀ ରଖିବା ଅଭିଯୋଗରେ ଜଣେ ଗିରଫ
- Post published:July 24, 2022
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Sanjeeb Biswal

Tags: Angul