ଅନୁଗୁଳ : ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ପୁଲିସ ସୋମବାର ଅପରାହ୍ନରେ ୭୦ କେଜି ଗଞ୍ଜେଇସହ ଜଣଙ୍କୁ ଗିରଫ କରିଛି। ସୂଚନା ଅନୁଯାୟୀ, ଏକ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଛେଣ୍ଡିପଦା ପୁଲିସ୍ ଦେବଗଡ଼ ଛକରେ ଜଗି ବସିଥିଲା। ସେଠାରେ ଏକ ଗଞ୍ଜେଇ ବୋଝେଇ କାରକୁ ଜବତ କରିଥିଲା। ଏଥିସହ କାର ଚାଳକ ସମ୍ବଲପୁର ଜିଲ୍ଲା ନାକଟିଦେଓଳର ଗୋବିନ୍ଦ ନାଏକଙ୍କୁ ଗିରଫକରିଛି। ନାକଟିଦେଓଲରୁ ୭୦ କେଜି ୩ଶହ ଗ୍ରାମର ଗଞ୍ଜେଇ ନେଇ ଗୋବିନ୍ଦ କେଉଁଝର ଅଞ୍ଚଳକୁ ଯାଉଥିଲା। ଏ ନେଇ ପୁଲିସ ଥାନା କେସ ନଂ ୩୯୦/୨୧ରେ ଏନ୍ଡିପିଏସ୍ ଆକ୍ଟରେ ଏକ ମାମଲା ରୁଜୁକରି କାର ଓ ଗଞ୍ଜେଇ ଜବତକରି ଅଭିଯୁକ୍ତଙ୍କୁ ଅନୁଗୁଳ କୋର୍ଟରେ ହାଜର କରାଇଛି।
୭୦ କେଜି ଗଞ୍ଜେଇସହ ଜଣେ ଗିରଫ
- Post published:August 23, 2021
- Post category:ମୁଖ୍ୟ ଖବର
- Post comments:0 Comments
- Post author:Sanjeeb Biswal
