ଅନୁଗୁଳ: ଅନୁଗୁଳ ଟାଉନ୍ ଥାନା ପୁଲିସ ଶୁକ୍ରବାର ରାତିରେ ଦେଶୀ ଓ ବିଦେଶୀ ମଦସହ ଜଣେ ବ୍ୟକ୍ତିଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି। ସୂଚନା ଅନଯାୟୀ, କୁରୁଡ଼ୋଲ ଗାଁର ବିଶ୍ବଜିତ ଦେହୁରୀ ଏକ ଜାରକେନ୍ରେ ୫ ଲିଟର ଦେଶୀମଦ ଓ ବିଭନ୍ନ ବ୍ରାଣ୍ଡର ୫ ଲିଟର ବିଦେଶୀ ମଦ ନେଇ ଯାଇଉଥିଲେ। କାଲଟାକ୍ସ ଛକଠାରେ ପାଟ୍ରୋଲିଂ କରୁଥିବା ପୁଲିସ ତାଙ୍କୁ ଯାଞ୍ଚକରିଥିଲା। ତାଙ୍କଠାରୁ ଏହି ମଦ ଜବତକରି ଏକ ମାମଲା ରୁଜୁକରି ଶନିବାର ଅଭିଯୁକ୍ତ ବିଶ୍ବଜିତଙ୍କୁ କୋର୍ଟ ଚାଲାଣ କରିଛି।
ଦେଶୀ ଓ ବିଦେଶୀମଦସହ ଜଣେ ଗିରଫ
- Post published:January 15, 2022
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Angul TV Bureau

Tags: Angul