ବଅଁରପାଳ ମହାବିଦ୍ୟାଳୟ, ଶିକ୍ଷା ବିଭାଗ ତରଫରୁ ଆଲୋଚନାଚକ୍ର

You are currently viewing ବଅଁରପାଳ  ମହାବିଦ୍ୟାଳୟ, ଶିକ୍ଷା ବିଭାଗ ତରଫରୁ ଆଲୋଚନାଚକ୍ର

ବଅଁରପାଳ: ଅନୁଗୁଳ ଜିଲ୍ଲା ବଅଁରପାଳ ସ୍ଥିତ ପାଞ୍ଚଗଡ଼ ସୋମନାଥ ସିଂହ ଜଗଦ୍ଦେବ ଡିଗ୍ରୀ ମହାବିଦ୍ୟାଳୟର ଶିକ୍ଷା ବିଭାଗ ତରଫରୁ ଅନୁଗୁଳର ନାରୀଶିକ୍ଷା ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି ।

ଏଥିରେ ଅଧ୍ୟକ୍ଷ ପ୍ରମୋଦ ଚନ୍ଦ୍ର ବେହେରା ସଭାପତିତ୍ବ କରିଥିବା ବେଳେ ବିଭାଗ ମୁଖ୍ୟ ସ୍ମିତା ବେହେରା ଆଲୋଚନା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ବାପୁଜୀ କଲେଜର ଅବସରପ୍ରାପ୍ତ ପ୍ରାଧ୍ୟାପିକା ସବିତାଞ୍ଜଳି ନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅନୁଗୁଳର ନାରୀ ଶିକ୍ଷା ସମ୍ପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ। ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ଶାନ୍ତନୁ କୁମାର ସର ମୁଖ୍ୟ ବକ୍ତା ଭାବେ ଯୋଗଦେଇ ନାରୀ ଶିକ୍ଷା ତଥା ନାରୀ ବିକାଶ ଉପରେ ସାର ଗର୍ଭକ ବକ୍ତବ୍ୟ ଉପସ୍ଥାପନ କରିଥିଲେ ।

ସମ୍ମାନିତ ଅତିଥି ଭାବେ ଇତିହାସ ବିଭାଗର ଅଧ୍ୟାପକ ପାର୍ଥବିର ନାୟକ ନିଜର ସୁଚିନ୍ତିତ ମତାମତ ରଖିଥିଲେ। ଓଡ଼ିଆ ବିଭାଗର ଅଧ୍ୟାପକ ମନୋଜ କୁମାର ବେହେରା ମଞ୍ଚ ପରିଚାଳନା ସହ ଧନ୍ୟବାଦ୍ ଅର୍ପଣ କରିଥିଲେ। ଏଥିରେ ୧୦ ଜଣ ଛାତ୍ରୀ ନିଜର ସ୍ବରଚିତ ପ୍ରବନ୍ଧ ଉପସ୍ଥାପନ କରିଥିଲେ ।

Share

Leave a Reply