ହାତୀ ଆକ୍ରମଣରେ ବୃଦ୍ଧ ମୃତ

You are currently viewing ହାତୀ ଆକ୍ରମଣରେ ବୃଦ୍ଧ ମୃତ

ଅନୁଗୁଳ: ଆଜି ସକାଳେ ଵନ୍ତଳା ଥାନା ଅନ୍ତର୍ଗତ ବସଲା ଗାଁରେ ହାତୀ ଆକ୍ରମଣରେ ଜଣକର ମୃତ୍ୟୁ ଘଟିଛି। ସିଦ୍ଧେଶ୍ଵର ସେଠୀ (୬୦) ନାମକ ଜଣେ ବୃଦ୍ଧ ସକାଳୁ ଗାଁ ପାଖ ଜୋରକୁ ଗାଧୋଇବାକୁ ଯାଇଥିବା ବେଳେ ହାତୀ ତାଙ୍କୁ ଆକ୍ରମଣ କରିଥିଲା। ଫଳରେ ସିଦ୍ଧେଶ୍ୱରଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା ।

ଖବର ପାଇ ଜଙ୍ଗଲ ବିଭାଗ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚିଛନ୍ତି। ଗାଁରେ ଲୋକଙ୍କ ମଧ୍ୟରେ ଉତ୍ତେଜନା ମଧ୍ୟ ଦେଖା ଦେଇଛି। ବସଲା ସରପଞ୍ଚ ଚନ୍ଦନ କୁମାର ସାହୁ ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ସ୍ବାଭାବିକ ହୋଇଥିବା ଜଣାପଡ଼ିଛି।

Share

Leave a Reply