ବନ୍ତଳା ବନାଞ୍ଚଳରେ ପୁଣି ହାତୀ ଆତଙ୍କ: ବୃଦ୍ଧା ମୃତ, ଜଣେ ଗୁରୁତର

You are currently viewing ବନ୍ତଳା ବନାଞ୍ଚଳରେ ପୁଣି ହାତୀ ଆତଙ୍କ: ବୃଦ୍ଧା ମୃତ, ଜଣେ ଗୁରୁତର

ଅନୁଗୁଳ : ଅନୁଗୁଳ ବ୍ଲକ ବନ୍ତଳା ବନାଞ୍ଚଳରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ମୃତ ବୃଦ୍ଧା ହେଲେ ହମାମିରା ଗ୍ରାମର ଚମ୍ପାବତୀ ସାହୁ।

ରିପୋର୍ଟ ମୁତାବକ, ମଙ୍ଗଳବାର ହମାମିରା ଗ୍ରାମର ଚମ୍ପାବତୀ ସାହୁ ଆମ୍ବ ଗୋଟାଇବାକୁ ଯାଇଥିବା ବେଳେ ହାତୀ ହାବୁଡ଼ରେ ପଡ଼ିଥିଲେ। ଏକ ଦନ୍ତା ତାଙ୍କୁ ଦଳି ଦେଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା ପରେ ଉତ୍ତେଜନା ପ୍ରକାଶ ପାଇଛି। ଖବର ଲେଖା ଯିବା ପର୍ଯ୍ୟନ୍ତ ବନ ବିଭାଗର କେହି ଅଧିକାରୀ ପହଞ୍ଚି ନଥିବା ଜଣାପଡିଛି।

ସେହିପରି ଗ୍ରାମର ନେହରୁ ସାହୁ ଆମ୍ବ ଗୋଟାଇବାକୁ ଯାଇ ହାତୀ ଆକ୍ରମଣର ଶିକାର ହୋଇଛନ୍ତି। ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗିଛି। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିବା ଜଣାଯାଇଛି।

Share

Leave a Reply