ଦ୍ରୁତ ଗତିରେ ଆସି ଧକ୍କା ଦେଲା କାର୍, ଗଲା ଜଣେ ବ୍ୟକ୍ତିଙ୍କ ଜୀବନ

You are currently viewing ଦ୍ରୁତ ଗତିରେ ଆସି ଧକ୍କା ଦେଲା କାର୍, ଗଲା ଜଣେ ବ୍ୟକ୍ତିଙ୍କ ଜୀବନ

ଅନୁଗୁଳ: ଅନୁଗୁଳ ସଦର ଥାନା ଛେଳିଆପଡା ଛକ ନିକଟରେ କାର ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଫୁଲପଡା ପଞ୍ଚାୟତ ଅନ୍ତର୍ଗତ ଖଳିନାଳ ସାହିର ଅକ୍ଷୟ ନାଏକ (୪୫)।

ସୂଚନା ଅନୁଯାୟୀ, ଅକ୍ଷୟ ନିଜ କବାଡି ବେପାର ସାରି ଘରକୁ ଫେରୁଥିବା ସମୟରେ ଦ୍ରୁତ ଗତିରେ ଆସୁଥିବା ଏକ କାର୍ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ଘଟାଇଥିବା କାରଟି ଘଟଣାସ୍ଥଳରେ ରହିଥିବା ବେଳେ ବସିଥିବା ଯାତ୍ରୀ ଓ କାର୍ ଚାଳକ ଫେରାର ହୋଇଯାଇଛନ୍ତି। ଫଳରେ ଦୁର୍ଘଟଣାସ୍ଥଳରେ ଚାପା ଉତ୍ତେଜନା ଲାଗି ରହିଛି। ମୃତ ଦେହକୁ ରାସ୍ତା ଉପରେ ରଖି ପରିବାର ଲୋକେ ଓ ଗ୍ରାମବାସୀ ଆନ୍ଦୋଳନ ଜାରି ରଖିଥିବା ଜଣାଯାଇଛି।

Share

Leave a Reply