ଟ୍ରକ୍ ଧକ୍କାରେ ସ୍କୁଟର ଆରୋହୀ ମୃତ, ମା’ଙ୍କୁ ଦେଖା କରି ଫେରୁଥିଲେ

You are currently viewing ଟ୍ରକ୍ ଧକ୍କାରେ ସ୍କୁଟର ଆରୋହୀ ମୃତ, ମା’ଙ୍କୁ ଦେଖା କରି ଫେରୁଥିଲେ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ନୂଆହତା ଗ୍ରାମ ଠାରେ ଟ୍ରକ ଧକ୍କାରେ ଜଣେ ସ୍କୁଟର ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ ଅନ୍ତର୍ଗତ ନରେନ୍ଦ୍ରପୁର ଗ୍ରାମର ବିକଳ ନାଏକଙ୍କ ପୁଅ ଶିବୁ ନାଏକ।

ସୂଚନା ମୁତାବକ, ଶିବୁ ଆଜି ସକାଳ ପ୍ରାୟ ୧୦ ଟାରେ ମା’ଙ୍କୁ ଦେଖା ହେବାକୁ ବଅଁରପାଳ ଆସି ଘରକୁ ଫେରୁଥିବା ସମୟରେ ନୂଆହତା ପଞ୍ଚାୟତର ଟେଲକୋ ଛକ ନିକଟରେ ତାଙ୍କ ସ୍କୁଟର (OD 19P 4270) ଏକ କୋଇଲା ଟ୍ରକ୍ (OD 09Q 3611) ପଛରୁ ଧକ୍କା ଦେଇ ଘୋଷାଡ଼ି ନେଇ ତାଙ୍କ ଉପରେ ଚଢି ଯାଇଥିଲା। ଫଳରେ ଶିବୁଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଦୁର୍ଘଟଣାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ଘଟଣାସ୍ଥଳରେ ବଅଁରପାଳ ପୋଲିସ ପହଞ୍ଚି ଉତ୍ତେଜିତ ଲୋକ ଓ ପରିବାରବର୍ଗଙ୍କୁ ବୁଝାସୁଝା କରିବା ସହ ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ପଠାଇଥିଲେ। ଏନେଇ ପୋଲିସ ଏକ ମାମଲା ରୁଜୁ କରି ଦୁଇ ଗାଡିକୁ ଜବତ କରିବା ସହ ଟ୍ରକ୍ ଚାଳକକୁ ଗିରଫ କରି ତଦନ୍ତ ଆରମ୍ଭ କରିଛି।

Share

Leave a Reply