ହଳ କରୁଥିବା ବେଳେ ଓଲଟିଲା ଟ୍ରାକ୍ଟର, ଚାଳକ ମୃତ

You are currently viewing ହଳ କରୁଥିବା ବେଳେ ଓଲଟିଲା ଟ୍ରାକ୍ଟର, ଚାଳକ ମୃତ

ଅନୁଗୁଳ: ହଳ କରୁଥିବା ବେଳେ ଟ୍ରାକ୍ଟର ଓଲଟି ପଡ଼ିବାରୁ ଚାଳକର ମୃତ୍ୟୁ ଘଟିଛି। ମୃତକ ହେଲେ କଣିହାଁ ବ୍ଲକ ସମଲ ଥାନା କଟରାପଡ଼ା ଗ୍ରାମର ବରୁଣ ନାଏକ (୪୭)।

ସୂଚନା ମୁତାବକ, ଜମିରେ ହଳ କରୁଥିବା ବେଳେ ହୁଡ଼ାରେ ଟ୍ରାକ୍ଟର ଓଲଟି ପଡ଼ିବାରୁ ବରୁଣ ତା’ ତଳେ ଚାପି ହୋଇ ଯାଇଥିଲେ। ଲୋକେ ତାଙ୍କୁ ଉଦ୍ଧାର କରି ଗୋଡ଼ିବନ୍ଧ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିବା ବେଳେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ସମଲ ପୋଲିସ ପହଞ୍ଚି ମୃତଦେହକୁ ତାଳଚେର ଉପଖଣ୍ଡ ଚିକିତ୍ସାଳୟରେ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ତଦନ୍ତକାରୀ ଅଧିକାରୀ ସମଲ ଥାନା ଏସ ଆଇ ବିଚିତ୍ରାନନ୍ଦ ସାହୁ କହିଛନ୍ତି।

Share

Leave a Reply