ଟ୍ରେନରେ ଚଢ଼ିବା ବେଳେ ଖସିଗଲା ଗୋଡ଼, ଚକା ତଳେ ଗଲା ଯାତ୍ରୀଙ୍କ ଜୀବନ

You are currently viewing ଟ୍ରେନରେ ଚଢ଼ିବା ବେଳେ ଖସିଗଲା ଗୋଡ଼, ଚକା ତଳେ ଗଲା ଯାତ୍ରୀଙ୍କ ଜୀବନ
  • ଅନୁଗୁଳ: ଅନୁଗୁଳ ଥର୍ମାଲ ଷ୍ଟେସନରେ ଟ୍ରେନରେ ଚଢିବା ବେଳେ ଗୋଡ଼ ଖସି ଟ୍ରେନ ଚକ ତଳେ ପଡି ଜଣେ ଯାତ୍ରୀଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଟିଟିପିଏସ୍ କର୍ମଚାରୀ ମହମ୍ମଦ ଅଲ୍ଲୀ।

ସୂଚନା ମୁତାବକ, ଅଲ୍ଲୀ ପୁରୀ ଯିବା ପାଇଁ ଥର୍ମାଲ ଷ୍ଟେସନ ଠାରେ ଦୁର୍ଗ-ପୁରୀ ଟ୍ରେନରେ ଚଢୁଥିଲେ। ଏହି ସମୟରେ ତାଙ୍କ ଗୋଡ ଖସି ଯାଇଥିଲା। ଫଳରେ ସେ ଟ୍ରେନ ଚକା ତଳେ ପଡି ଯାଇଥିଲେ। ଟ୍ରେନ ତାଙ୍କ ଉପରେ ମାଡ଼ିଯିବାରୁ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ହୋଇଥିଲା। ଖବର ପାଇ ରେଲୱେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛି।

ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତ ଦେହ ହସ୍ତାନ୍ତର କରାଯିବ ବୋଲି ଜଣାଯାଇଛି।

Share

Leave a Reply