ଶୌଚ ପାଇଁ ଯିବା ବେଳେ ଆକ୍ରମଣ କଲା ଗୟଳ, ବୃଦ୍ଧ ଗୁରୁତର

You are currently viewing ଶୌଚ ପାଇଁ ଯିବା ବେଳେ ଆକ୍ରମଣ କଲା ଗୟଳ, ବୃଦ୍ଧ ଗୁରୁତର

ଅନୁଗୁଳ: ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟ ଅନ୍ତର୍ଗତ ନୂଆସାହି ମୌଜା ଟିକରପଡ଼ା ଗ୍ରାମରେ ଗୟଳ ଆକ୍ରମଣରେ ଜଣେ ବୃଦ୍ଧ ଗୁରୁତର ହୋଇଛନ୍ତି। ଗୁରୁତର ବୃଦ୍ଧ ହେଲେ କୈଳାସ କହଁର ( ୮୦)।

ସୂଚନା ମୁତାବକ, ବୁଧବାର ସକାଳେ କୈଳାସ ଶୌଚ କରିବାକୁ ଯାଇଥିବା ବେଳେ ଏକ ଗୟଳ ତାଙ୍କୁ ଆକ୍ରମଣ କରିଥିଲା। ଆକ୍ରମଣରେ କୈଳାସଙ୍କ ବାମ ହାତ ଭାଙ୍ଗିବା ସହ ଦେହସାରା କ୍ଷତବିକ୍ଷତ ହୋଇଛି। କୈଳାସର ଚିତ୍କାର ଶୁଣି ଆଖପାଖରେ ଥିବା ଲୋକ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲେ। ପରେ ୧୦୮ ଆମ୍ବୁଲାନ୍ସ ଯୋଗେ ଅନୁଗୁଳ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରେ ଭର୍ତ୍ତି କରାଇ ଚିକିତ୍ସା କରିଛନ୍ତି। ଏବେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଡାକ୍ତର କହିଛନ୍ତି।

Share

Leave a Reply