maa mangala vihar

ଥର୍ମାଲ୍ ବାଇପାସ୍ ରୋଡରେ ଛିନତାଇ ମହିଳାଙ୍କ ବେକରୁ ଝାମ୍ପି ନେଲେ ସୁନା ଚେନ୍

0

ଅନୁଗୁଳ: ମାତିଛନ୍ତି ଦୁର୍ବୃତ୍ତ । ଜିଲ୍ଲାରେ ଚୋରି ଓ ଛିନ୍‌ତାଇ ବୃଦ୍ଧି ପାଇବାରେ ଲାଗିଛି । ରବିବାର ସକାଳେ ଥର୍ମାଲ ବାଇପାସ୍ ରୋଡରେ ଜଣେ ମହିଳା ଛିନ୍‌ତାଇର ଶିକାର ହୋଇଛନ୍ତି । ଦୁଇଜଣ ଦୁର୍ବୃତ୍ତ ଏକ ବାଇକରେ ଆସି ତାଙ୍କ ବେକରୁ ସୁନା ଚେନ୍ ଝାମ୍ପି ନେଇଥିଲେ । ଭାରସାମ୍ୟ ହରାଇ ମହିଳା ଓ ତାଙ୍କ ସ୍ଵାମୀ ବାଇକ୍‌ରୁ ପଡ଼ିଯିବାରୁ ଉଭୟ ଆହତ ହୋଇଥିବା ଜଣାପଡ଼ିଛି। ପ୍ରାପ୍ତ ସୂଚନା ମୁତାବକ, ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ବତାସିଙ୍ଗ ଗ୍ରାମର ପ୍ରସାଦ ପାଣି ବାଇକରେ ପତ୍ନୀ କୁମୁଦିନୀ ପାଣିଙ୍କୁ ଧରି ଅନୁଗୁଳ ଆସୁଥିଲେ । ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ଦୁଇ ଜଣ ଦୁର୍ବୃତ୍ତ ବାଇକରେ ପିଛା କରି କୁମୁଦିନୀଙ୍କ ବେକରୁ ସୁନା ଚେନ୍‌ ଛିଣ୍ଡାଇ ନେଇଥିଲେ । ଭାରସାମ୍ୟ ହରାଇ ଉଭୟ ପତି-ପତ୍ନୀ ବାଇକ୍‌ରୁ ଖସି ପଡ଼ିଥିବା ବେଳେ ହେଲମେଟ୍ ପିନ୍ଧିଥିବା ୨ ଦୁର୍ବୃତ୍ତ ଚେନ୍ ଲୁଟି ଦ୍ରୁତ ଗତିରେ ବଳରାମପ୍ରସାଦ ଆଡ଼କୁ ଚାଲି ଯାଇଥିଲେ । ଦମ୍ପତି ସ୍ଥାନୀୟ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେବା ପରେ ଏନେଇ କୋଲିୟରୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୁଲିସ ଏକ ମାମଲା ରୁଜୁ କରି ଅନୁସନ୍ଧାନ ଚଳାଇଛି ।

Leave A Reply

Your email address will not be published.