ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ଗୁଳିମାଡ଼, ଗୁରୁତର ଅବସ୍ଥାରେ ଚିକିତ୍ସାଳୟ ଭର୍ତ୍ତି

You are currently viewing ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ଗୁଳିମାଡ଼, ଗୁରୁତର ଅବସ୍ଥାରେ ଚିକିତ୍ସାଳୟ ଭର୍ତ୍ତି

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ଫୁଟିଲା ଗୁଳି। ଗୁଳି ମାଡ଼ରେ ଯୁବକ ଗୁରୁତର। ଗୁରୁତର ଜଣଙ୍କ ହେଲେ ଅନୁଗୁଳ ବାଗଡିଆ ଥାନା ପାତ୍ରପଡା ଗାଁର ମିଲୁ ବେହେରା। ତାଙ୍କ ବାମ ଗୋଡରେ ଗୁଳି ବାଜିଛିଥିବା ସୂଚନା। ତାଙ୍କୁ ଛେଣ୍ଡିପଦା ମେଡିକାଲରେ ଭର୍ତ୍ତି କରାଯାଇଛି। ପୂର୍ବ ଶତ୍ରୁତାକୁ ନେଇ ଗୁଳିମାଡ଼ ହୋଇଥିବା ସୂଚନା ମିଳିଛି ।

ମିଲୁ ବେହେରା ଓ ତାଙ୍କ ଭିଣୋଇଙ୍କ ବଡ଼ ଭାଇ ପ୍ରଶାନ୍ତ ବେହେରାଙ୍କ ମଧ୍ୟରେ କିଛି ଦିନ ହେବ ପାରିବାରିକ ଝଗଡା ଲାଗିରହିଥିଲା ।ଫଳରେ ପ୍ରଶାନ୍ତଙ୍କ ବନ୍ଧୁକ ଗୁଳିରେ ମିଲୁ ଆହତ ହୋଇଥିବା ଅଭିଯୋଗ ହୋଇଛି । ଗତକାଲି ବଲମ୍ବିତ ରାତିରେ ଗଣ୍ଡଗୋଳ ଉଗ୍ର ରୂପ ନେଇଥିଲା। ବାଗଡିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।

Share

Leave a Reply