ବ୍ୟାଙ୍କ୍ କର୍ମଚାରୀ ପରିଚୟ ଦେଇ ଲକ୍ଷେ ଚୂନ

You are currently viewing ବ୍ୟାଙ୍କ୍ କର୍ମଚାରୀ ପରିଚୟ ଦେଇ ଲକ୍ଷେ ଚୂନ

ଅନୁଗୁଳ: ଅନୁଗୁଳ ଜିଲ୍ଲା କୋଲିୟରୀ ଥାନା ଇଲାକା ଏନ୍‌ଟିପିସି/ଟିଟିପିଏସ୍‌ର ସେକ୍ଟର-୩ରେ ରହୁଥିବା ଜଣେ ବ୍ୟକ୍ତି ଅଦୃଶ୍ୟ ଲୁଟେରାଙ୍କ ଦ୍ୱାରା ଠକେଇ ଶିକାର ହୋଇଛନ୍ତି। କ୍ରେଡିଟ୍‌ କାର୍ଡ୍ ଯାଞ୍ଚ୍ ଆଳରେ ଅନଲାଇନ୍ ଅପରାଧୀ ତାଙ୍କ ଆକାଉଣ୍ଟର ସମସ୍ତ ଏକ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ପ୍ରାପ୍ତ ସୂଚନା ମୁତାବକ, ଠକେଇର ଶିକାର ହୋଇଥିବା ବ୍ୟକ୍ତି ହେଲେ କେ. ସି. ବେହେରା। ଗତ ୧୦ ତାରିଖ ଅପରାହ୍ନ ସାଢ଼େ ୩ଟା ବେଳକୁ ତାଙ୍କ ମୋବାଇଲକୁ ଏକ ଅଜଣା ନମ୍ବରରୁ କଲ୍ ଆସିଥିଲା। ସାଇବର ଠକ ନିଜକୁ ଏସ୍‌ବିଆଇର କର୍ମଚାରୀ ବୋଲି ପରିଚୟ ଦେଇଥିଲା । କ୍ରେଡିଟ୍‌ କାର୍ଡ ଯାଞ୍ଚ ହେବ, ତେଣୁ ସମସ୍ତ ତଥ୍ୟ ଦେବାକୁ ଠକ କହିଥିଲା । ଶ୍ରୀ ବେହେରା ଠକ କଥାରେ ଭାସି ଯାଇ କ୍ରେଡିଟ୍‌ କାର୍ଡର ସମସ୍ତ ତଥ୍ୟ ଦେଇଥିଲେ । ଏମିତିକି ତାଙ୍କ ମୋବାଇଲ୍‌କୁ ଆସିଥିବା ଓଟିପି ମଧ୍ୟ ପ୍ରଦାନ କରିଥିଲେ। ଏହାର କିଛି ମିନିଟ୍ ମଧ୍ୟରେ ସାଇବର ଲୁଟେରା ଆକାଉଣ୍ଟ ଖାଲି କରିବା ଆରମ୍ଭ କରିଥିଲା। ପ୍ରଥମେ ୨୪ ହଜାର, ପରେ ୨୦ ହଜାର, ତା’ପରେ ୨୪ ହଜାର, ଏହିଭଳି ୫ଟି ପର୍ଯ୍ୟାୟରେ କାର୍ଡରେ ଥିବା ସମସ୍ତ ଏକ ଲକ୍ଷ ଟଙ୍କା ଖାଲି କରି ଦେଇଥିଲା। ଠକାମିର ଶିକାର ହୋଇଥିବା ଜାଣି ଶ୍ରୀ ବେହେରାଙ୍କ ପାଦ ତଳୁ ମାଟି ଖସି ପଡ଼ିଥିଲା। ଟଙ୍କା ଫେରସ୍ତ ନେଇ ବ୍ୟାଙ୍କ କର୍ତ୍ତୃପକ୍ଷ ହାତ ଟେକି ଦେବା ପରେ ସେ କୋଲିୟରୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏତଲା କ୍ରମେ ପୁଲିସ୍ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

Share

Leave a Reply