ଚାକିରି କରାଇ ଦେବାକୁ କହି ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ, ବନ୍ଧା ହେଲା ଅଭିଯୁକ୍ତ

You are currently viewing ଚାକିରି କରାଇ ଦେବାକୁ କହି ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ, ବନ୍ଧା ହେଲା ଅଭିଯୁକ୍ତ

ଅନୁଗୁଳ: ସ୍ଥାନୀୟ ବଅଁରପାଳ ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ଚାକିରି କରାଇ ଦେବାକୁ କହି ବାରମ୍ବାର ଦୁଷ୍କର୍ମ କରିବା ଅଭିଯୋଗରେ ଅନୁଗୁଳ ସଦର ଥାନା ପୋଲିସ ଶନିବାର ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ସୂଚନା ମୁତାବକ, ପୀଡ଼ିତା (୨୧) ରେଳ ଲାଇନ କ୍ଷତିଗ୍ରସ୍ତ ପରିବାରର ସଦସ୍ୟ ତଥା ଅନୁସୂଚିତ ଜନ ଜାତିର ବୋଲି ଜଣାଯାଇଛି। କ୍ଷତିଗ୍ରସ୍ତ ହୋଇଥିବାରୁ ସେ ରେଳ ବିଭାଗରେ ନିଯୁକ୍ତି ପାଇବା ପାଇଁ ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସିଥିଲେ। ସେଠାରେ ସାନକେରଜାଙ୍ଗ ଗାଁର ଗୋବିନ୍ଦ ନାଏକ(୫୫) ଙ୍କ ସହ ତାଙ୍କ ସାକ୍ଷାତ ହୋଇଥିଲା। ଜିଲ୍ଲା କାର୍ଯ୍ୟାଳୟରେ ଗୋବିନ୍ଦଙ୍କ ଚିହ୍ନା ଅଛନ୍ତି ଓ ତାଙ୍କ ଚାକିରି ହୋଇଯିବ ବୋଲି ସେ ଯୁବତୀଙ୍କୁ କହିଥିଲେ। ପରେ ଚାକିରି ଲୋଭ ଦେଖାଇ ଯୁବତୀଙ୍କ ସହ ସମ୍ପର୍କ ବଢ଼ାଇ କୁମଣ୍ଡ ଓ ପ୍ରଗତୀନଗର ଅଞ୍ଚଳରେ ବିଭିନ୍ନ ସ୍ଥାନରେ ରଖି ବାରମ୍ବାର ଜବରଦସ୍ତି ଦୁଷ୍କର୍ମ କରିବା ସହ ଅଶ୍ଲୀଳ ଭିଡିଓ ଓ ଫଟୋ ଉତ୍ତୋଳନ କରିଥିଲେ।

ଦୀର୍ଘ ଦିନ ପରେ ବି ଯୁବତୀଙ୍କ ଚାକିରି ନ ହେବାରୁ ସେ ଗୋବିନ୍ଦଙ୍କୁ ପଚାରିଥିଲେ। କିନ୍ତୁ ଗୋବିନ୍ଦ ତାଙ୍କୁ ଗାଳିଗୁଲଜ କରିଥିଲେ। ଏ ନେଇ ଏବେ ଯୁବତୀ ବଅଁରପାଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ଗୋବିନ୍ଦଙ୍କୁ ଆଣି ପଚରାଉଚୁରା କରିବା ପରେ ଗିରଫ କରି କୋର୍ଟ ଚାଲାଣ କରିଛି।

Share

Leave a Reply