ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବନାଞ୍ଚଳ ରେଙ୍ଗାଳି ଥାନା ଅନ୍ତର୍ଗତ ନାକଟିଦେଉଳ ଯାତ୍ରା ପଡ଼ିଆ ପାଖରେ ଜନ୍ତୁ ଶିକାର ପାଇଁ ହୁକିଂ କରିଥିବା ଜଣଙ୍କୁ ଗିରଫ କରିଛି ବନ ବିଭାଗ। ଏହି ଘଟଣାରେ ସମ୍ପୃକ୍ତ ଦୁଇ ଜଣ ଫେରାର ହୋଇଯାଇଥିବା ବେଳେ ଧରାପଡ଼ିଥିବା ଯୁବକଙ୍କୁ କୋର୍ଟ ଚାଲାଣ କରାଯାଇଛି।
ସୂଚନା ମୁତାବକ, ଜଙ୍ଗଲ ଭିତରେ ଜନ୍ତୁ ଶିକାର ପାଇଁ ବେଆଇନ ହୁକିଙ୍ଗ କରିଥିବା ନେଇ ବନବିଭାଗ ଖବର ପାଇ ସୋମବାର ରାତିରେ ଚଢ଼ଉ କରିଥିଲା। ଏହି ଘଟଣାରେ ଗିରଫ ଯୁବକ ହେଲେ ନାକଟିଦେଉଳ ଗ୍ରାମର ରମେଶ ପ୍ରଧାନ। ତାଙ୍କ ନିକଟରୁ ୫ କେଜି ଜିଆଇ ତାର, ୯୦ କାଠ ବାଡ଼ି, ବୋତଲ ଇତ୍ୟାଦି ଜବତ କରାଯାଇଛି।