ଜନ ସ୍ଵାସ୍ଥ୍ୟ ବିଭାଗ ଖୋଳିଥିବା ଗାତରେ ପଡ଼ି ଜଣେ ଗୁରୁତର, କଟକ ସ୍ଥାନାନ୍ତର

You are currently viewing ଜନ ସ୍ଵାସ୍ଥ୍ୟ ବିଭାଗ ଖୋଳିଥିବା ଗାତରେ ପଡ଼ି ଜଣେ ଗୁରୁତର, କଟକ ସ୍ଥାନାନ୍ତର

ଅନୁଗୁଳ: ରାସ୍ତା କଡ଼ରେ ଖୋଳାଯାଇଥିବା ବିରାଟ ଗାତରେ ପଡ଼ି ଜଣେ ଗୁରୁତର। ଅନୁଗୁଳ ସହରର ଥାନା ଛକ ନିକଟରେ ଏକ ବଡ଼ ଗାତରେ ପଡ଼ି ତୁରଙ୍ଗ ଗ୍ରାମର ପଙ୍କଜ ପଣ୍ଡା(୪୬) ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି।

ସୂଚନା ମୁତାବକ, ଗତକାଲି ରାତି ପାଖାପାଖି ୯.୩୦ରେ ପଙ୍କଜ ଥାନା ଛକ ଅଞ୍ଚଳରୁ କଲେଜ ଛକକୁ ବାଇଟ ଯୋଗେ ଯାଉଥିବା ବେଳେ ଥାନା ଛକ ନିକଟରେ ଜନ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ କରାଯାଇଥିବା ଏକ ବୃହତ ଗାତରେ ପଡ଼ି ଯାଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

ତେବେ ଜନ ସ୍ଵାସ୍ଥ୍ୟ ବିଭାଗର ଅବହେଳା ପାଇଁ ଏହି ଦୁର୍ଘଟଣା ଘଟିଥିବା ସ୍ଥାନୀୟ ଲୋକେ ଅଭିଯୋଗ ଆଣିଛନ୍ତି। ଅନ୍ୟପଟେ ଏହା ପ୍ରଥମ ନୁହେଁ, ପୂର୍ବରୁ ବି ଅନେକ ଥର ଜନ ସାଧାରଣ ଗୁରୁତର ହୋଇଛନ୍ତି ତ କେତେ ବେଳେ ଜୀବନ ଯାଇଛି। ବିଭାଗର ଏଭଳି ଅପାରଗତା ପାଇଁ ବିରକ୍ତି ପ୍ରକାଶ କରିଛନ୍ତି ସ୍ଥାନୀୟ ବାସିନ୍ଦା।

Share

Leave a Reply