ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ବନ୍ୟାଞ୍ଚଳ ପୋକତୁଙ୍ଗା ଗ୍ରାମରେ ଆଜି ସକାଳେ ହାତୀ ଆକ୍ରମଣରେ ଜଣେ ଗୁରୁତର ହୋଇଛନ୍ତି। ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ସୂଚନାଯୋଗ୍ୟ ଯେ, ରାଖଲ୍ ଚନ୍ଦ୍ର ପ୍ରଧାନ (୭୦) ସକାଳେ ରଣେଶ୍ୱର ମନ୍ଦିର ରାସ୍ତାରେ ପ୍ରାତଃ ଭ୍ରମଣ କରିବା ପାଇଁ ଯାଉଥିବା ବେଳେ ହାତୀ ଆକ୍ରମଣ କରିଥିଲା, ଯାହା ଫଳରେ ରାଖଲ୍ ଚନ୍ଦ୍ର ପ୍ରଧାନ ଗୁରୁତର ହୋଇଯାଇଥିଲେ। ଗ୍ରାମବାସୀ ହୋ ହାଲ୍ଲା କରିବାରୁ ହାତୀ ପଳାଇ ଯାଇଥିଲା । ଗ୍ରାମବାସୀ ରାଖଲ୍ ଚନ୍ଦ୍ର ପ୍ରଧାନଙ୍କୁ ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି।