ସାମାନ୍ୟ କଥା କଟାକଟିକୁ ନେଇ ଛୁରାମାଡ଼, ଜଣେ ଗୁରୁତର

You are currently viewing ସାମାନ୍ୟ କଥା କଟାକଟିକୁ ନେଇ ଛୁରାମାଡ଼, ଜଣେ ଗୁରୁତର

ଅନୁଗୁଳ: ସାମାନ୍ୟ କଥା କଟାକଟିକୁ ନେଇ ଅନୁଗୁଳରେ ଛୁରାମାଡ଼। ଛୁରାମାଡ଼ରେ ଆହତ ବ୍ୟକ୍ତିଙ୍କୁ ଗୁରୁତର ଅବସ୍ଥାରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ସୂଚନା ମୁତାବକ, ରବିବାର ବିଳମ୍ବିତ ରାତିରେ ନିଶା ଥାନା ଅନ୍ତର୍ଗତ ଜିନ୍ଦଲ ପ୍ଲାଣ୍ଟରେ ଏକ ଠିକା ସଂସ୍ଥାରେ କାର୍ଯ୍ୟ କରୁଥିବା ଝାଡ଼ଖଣ୍ଡର ବାବୁଲାଲ୍ ଭୂୟାଁ (୪୨) ଓ ଆଶିଷ ଭୂୟାଁଙ୍କ ମଧ୍ୟରେ ବଚସା ହୋଇଥିଲା। ଝଗଡ଼ା ବେଳେ ଆଶିଷ ରାଗି ଯାଇ ଏକ ଧାରୁଆ ଛୁରୀରେ ବାବୁଲାଲଙ୍କ ଛାତି, ପେଟକୁ ଭୁସି ଦେଇଥିଲା।

ବାବୁଲାଲଙ୍କୁ ଗୁରୁତର ଅବସ୍ଥାରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ତାଙ୍କର ଅବସ୍ଥା ସଙ୍କଟାପନ୍ନ ହେବାରୁ ଡାକ୍ତର ତାଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ଜଣାଯାଇଛି।

Share

Leave a Reply