ଅନୁଗୁଳ: ସ୍ଥାନୀୟ ମଦନମୋହନ ପଡ଼ାର ଜଣେ ଯୁବକ ବୁଧବାର ରାତିରେ ତାଙ୍କ ଘର ଉପର ମହଲାକୁ ଚଢୁଥିବା ସମୟରେ ପ୍ୟାଣ୍ଟ ପକେଟରେ ଥିବା ମୋବାଇଲଟି ହଠାତ ଫାଟି ଯାଇଥିଲା। ଜିତେନ୍ଦ୍ର ପଣ୍ଡା ନାମକ ଯୁବକ ଜଣକ ଏଥିରେ ଚମକିଯାଇ ସିଡ଼ିରୁ ତଳକୁ ଖସି ପଡ଼ିଥିଲେ।ଏଥିରେ ତାଙ୍କ ମୁଣ୍ଡ ଫାଟି ଯାଇଥିଲା। ଗୁରୁତର ଜିତେନ୍ଦ୍ରଙ୍କୁ ପ୍ରଥମେ ଅନୁଗୁଳ ଓ ପରେ କଟକ ସ୍ଥାନାନ୍ତର କରାଯାଇଛି ।
ମୋବାଇଲ ଫାଟିଯିବାରୁ ଯୁବକ ଗୁରୁତର
- Post published:December 9, 2022
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Biswaranjan Pattnaik

Tags: Angul