ଓପି ଜିନ୍ଦଲ ଅନୁଗୁଳ କପ୍ ଫୁଟବଲ୍ ଜାମସେଦପୁରକୁ ୩-୦ ଗୋଲରେ ହରାଇ ବାଗେଡ଼ିଆ ସେମିଫାଇନାଲରେ

You are currently viewing ଓପି ଜିନ୍ଦଲ ଅନୁଗୁଳ କପ୍ ଫୁଟବଲ୍ ଜାମସେଦପୁରକୁ ୩-୦ ଗୋଲରେ ହରାଇ ବାଗେଡ଼ିଆ ସେମିଫାଇନାଲରେ

 

ଅନୁଗୁଳ: ପିଟିସି ଖେଳପଡିଆରେ ଚାଲିଥିବା ଓପି ଜିନ୍ଦଲ ଅନୁଗୁଳ କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ଆଜିର ମ୍ୟାଚରେ ଜାମସେଦପୁରକୁ ୩-୦ ଗୋଲରେ ପରାସ୍ତ କରି ବାଗେଡିଆ ସେମିଫାଇନାଲକୁ ଉନ୍ନୀତ ହୋଇଥିଲା। ଢେ଼ଙ୍କାନାଳ ସାଂସଦ ମହେଶ ସାହୁ ମୁଖ୍ୟ ଅତିଥି ଭାବେ ଖେଳକୁ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ଜିଲ୍ଲା କ୍ରୀଡା ଅଧିକାରୀ ଅକ୍ଷୟ କୁମାର ସିଠ,ପୂର୍ବତନ ନଗରପାଳ ଭକ୍ତି ପ୍ରସାଦ ଦାସ,ପୂର୍ଣ୍ଣଚନ୍ଦ୍ର ରାଉତଙ୍କ ସମେତ ସଂଘର ସମ୍ପାଦକ ଡ଼ା ଗୌର ଗୋବିନ୍ଦ ସାମନ୍ତ,ସଂଘର ସଦସ୍ୟ କିଶୋର କର,ପ୍ରଦୀପ ଦେବତା,ପ୍ରଦୀପ ରାଉତ,ପେସ୍କାର ଗଡ଼ନାୟକ ପ୍ରମୁଖ ଯୋଗ ଦେଇଥିଲେ।

ଖେଳ ପରିଚାଳନା କରିଥିଲେ ଦିଲୀପ ରାଉତ ଏବଂ ଲାଇନରେ ସହାୟତା କରିଥିଲେ ଧନେଶ୍ଵର ସର୍ଦ୍ଦାର ଓ ଭୋଳେଶ୍ୱର୍ ଗାଗରାଇ।ଆସନ୍ତା କାଲି ବାଗେଡିଆ ଓ ଆଠମଲ୍ଲିକ ମଧ୍ୟରେ ସେମିଫାଇନାଲ ମୁକାବିଲା ହେବ ।

Share

Leave a Reply