ଓପି ଜିନ୍ଦଲ ଅନୁଗୁଳ କପ୍ ଫୁଟବଲ,କଟକ ସ୍ପୋର୍ଟସ ହଷ୍ଟେଲ ଚମ୍ପିୟାନ

You are currently viewing ଓପି ଜିନ୍ଦଲ ଅନୁଗୁଳ କପ୍ ଫୁଟବଲ,କଟକ ସ୍ପୋର୍ଟସ ହଷ୍ଟେଲ ଚମ୍ପିୟାନ

ଅନୁଗୁଳ: ପିଟିସି ଖେଳ ପଡ଼ିଆରେ ଆୟୋଜିତ ଓପି ଜିନ୍ଦଲ ଅନୁଗୁଳ କପ୍
ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ଆଜି ଖେଳାଯାଇଥିବା ଫାଇନାଲ ମ୍ୟାଚରେ କଟକ ସ୍ପୋର୍ଟସ ହଷ୍ଟେଲ ୨-୦ ଗୋଲରେ ଆଠମଲ୍ଲିକକୁ ହରାଇ ଚମ୍ପିୟାନ ହୋଇଥିଲା। ଖେଳର ପ୍ରଥମାର୍ଧରେ ଦୁଇଟି ଯାକ ଗୋଲ ହୋଇଥିଲା। ଅନୁଗୁଳ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରିତିମୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଚମ୍ପିୟାନ କଟକ ଦଳକୁ ନଗଦ ୪୦ ହଜାର ଟଙ୍କା ଓ ଟ୍ରଫି ପ୍ରଦାନ କରିଥିଲେ।ସେହିପରି ରନରସଅପ୍ ଟିମ୍ ଆଠମଲ୍ଲିକ ଦଳକୁ ନଗଦ ୨୫ ହଜାର ଟଙ୍କା ଓ ଟ୍ରଫି ପ୍ରଦାନ କରାଯାଇଥିଲା। କଟକର ଜଗନ୍ନାଥ ଟୁଡୁଙ୍କୁ ଫାଇନାଲର ଶ୍ରେଷ୍ଠ ଖେଳାଳୀ,ଆଠମଲ୍ଲିକର ଅନ୍ତର୍ଯ୍ୟାମୀ ନାୟକଙ୍କୁ ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଖେଳାଳୀ ଓ କଟକର ସଞ୍ଜୟ ହେମ୍ବ୍ରମଙ୍କୁ ଶ୍ରେଷ୍ଠ ଗୋଲକିପର ରୂପେ ପୁରସ୍କୃତ କରାଯାଇଥିଲା।ସମାରୋହରେ ସମ୍ମାନିତ
ଅତିଥି ଭାବେ ଜେଏସପିର ନିର୍ବାହୀ ନିର୍ଦ୍ଦେଶକ ହୃଦୟେଶ୍ୱର ଝା, ସିଏସଆର ଜିଏମ ଆଶୁତୋଷ ମିଶ୍ର,ନିରାପତ୍ତା ଅଧିକାରୀ ଡିବି ପାଣିଙ୍କ ସମେତ ଜିଲ୍ଲା କ୍ରୀଡା ଅଧିକାରୀ ଅକ୍ଷୟ କୁମାର ସିଠ, ଜିଲ୍ଲା କ୍ରୀଡା ସଂସଦର ସମ୍ପାଦକ ଡ଼ା ଗୌର ଗୋବିନ୍ଦ ସାମନ୍ତଙ୍କ ସମେତ ତାଳଚେର କ୍ରୀଡା ସଂସଦ ସମ୍ପାଦକ ପେସ୍କାର ଗଡ଼ନାୟକ,ଆଠମଲ୍ଲିକ କ୍ରୀଡା ସଂସଦ ସମ୍ପାଦକ ରଞ୍ଜନ ମହାକୁଡ,ପୂର୍ବତନ ନଗରପାଳ ପୂର୍ଣ୍ଣଚନ୍ଦ୍ର ରାଉତ,ସଂସଦର ବରିଷ୍ଠ ସଭ୍ୟ କିଶୋର କର,ପ୍ରଦୀପ ଦେବତା,ପ୍ରଦୀପ ରାଉତ,ଆରଆଇ ଟୀଗା ଓ ଅନ୍ୟ ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ। ଖେଳ ପରିଚାଳନା କରିଥିଲେ ଶିବ ଶଙ୍କର ପଣ୍ଡା,ଲାଇନରେ ସହାୟତା କରିଥିଲେ ଭୋଳେଶ୍ୱର ଗାଗାରାଇ,ଧନେଶ୍ଵର ସର୍ଦ୍ଦାର। ମ୍ୟାଚ କମିଶନର ଦାୟିତ୍ଵ ତୁଲାଇଥିଲେ ବସନ୍ତ କୁମାର ଦାସ।

Share

Leave a Reply