ଅନୁଗୁଳ: ଓପି ଜିନ୍ଦଲ ଅନୁଗୁଳ କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟର ଗ୍ରୁପ୍ ‘ବି’ର ପ୍ରଥମ ମ୍ୟାଚ୍ ଶୁକ୍ରବାର ଅନୁଗୁଳ ମା’ ବୁଢ଼ୀ ଫୁଟବଲ କ୍ଲବ୍ ଏବଂ ବାଗେଡ଼ିଆ ଫୁଟବଲ କ୍ଲବ୍ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏହି ମ୍ୟାଚରେ ଉଭୟ ଦଳ ଦମଦାର ଖେଳ ପ୍ରଦର୍ଶନ କରିଥିଲେ। ଶେଷ ଅର୍ଦ୍ଧରେ ବାଗେଡ଼ିଆ ଫୁଟବଲ କ୍ଲବ୍୧-୦ ଗୋଲରେ ଅନୁଗୁଳ ମା’ବୁଢ଼ୀ ଫୁଟବଲ କ୍ଲବ୍କୁ ହରାଇଥିଲା। ଦିଲ୍ଲିପ୍ କୁମାର ରାଉତ ମ୍ୟାଚ୍ ପରିଚାଳନା କରିଥିବାବେଳେ ଶ୍ରୀମୁଖ ଗଡ଼ନାୟକ, ଶଶିକାନ୍ତ ଦଶାଇ ଏବଂ ଶଲିଳ ବେହେରା ସହାୟତା କରିଥିଲେ। ବାଗେଡ଼ିଆ ଫୁଟବଲ କ୍ଲବ୍ର ଶଙ୍ଖେ ବାସ୍କେ ଶ୍ରେଷ୍ଠ ଖେଳାଳୀ ଭାବେ ପୁରସ୍କୃତ ହୋଇଥିଲେ।
ଓପି ଜିନ୍ଦଲ ଅନୁଗୁଳ କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟର ଗ୍ରୁପ୍ ‘ବି’ର ପ୍ରଥମ ମ୍ୟାଚ୍,୧-୦ ଗୋଲରେ ବାଗେଡ଼ିଆ ବିଜୟୀ
- Post published:August 12, 2022
- Post category:କ୍ରୀଡ଼ା
- Post comments:0 Comments
- Post author:Biswaranjan Pattnaik
Tags: Angul





