ଅନୁଗୁଳ: ଅନୁଗୁଳ ଷ୍ଟାଡିୟମରେ ଆୟୋଜିତ ଓପି ଜିନ୍ଦଲ ଅନୁଗୁଳ କପ ଫୁଟବଲର ଫାଇନାଲରେ ଆଜି ଝାରସୁଗୁଡା ଦଳ ବାଗେଡ଼ିଆକୁ ୨-୧ ଗୋଲରେ ପରାସ୍ତ କରି ଚମ୍ପିୟାନ ଆଖ୍ୟା ଅର୍ଜନ କରିଛି। ଅନୁଗୁଳ ଜିଲ୍ଲା ପରିଷଦ ଚିଫ ଡେଭେଲପମେଣ୍ଟ ଅଫିସର ଲଳିତ ମୋହନ ବେହେରା ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଚମ୍ପିୟାନ ଦଳକୁ ନଗଦ ୩୦ ହଜାର ଟଙ୍କା ସହ ଟ୍ରଫି ଓ ରନର୍ସ ଅପ ଦଳକୁ ନଗଦ ୨୦ ହଜାର ଟଙ୍କା ଓ ଟ୍ରଫି ପ୍ରଦାନ କରାଯାଇଥିଲା। ଜିନ୍ଦଲ କମ୍ପାନୀ ପକ୍ଷରୁ ମାନବ ସମ୍ବଳ ଏକଜିକ୍ୟୁଟିଭି ଭାଇସ ପ୍ରେସିଡେଣ୍ଟ ଜୋସେଫ ପେରିସ, ସିଏସଆର ମହା ପ୍ରବନ୍ଧକ ପୁଷ୍ପାଲତା ଶତପଥୀ, ଆଇପିଇ ପ୍ରଶାନ୍ତ କୁମାର ସିହ୍ନା, ଜିଲ୍ଲା କ୍ରୀଡା ଅଧିକାରୀ ଅକ୍ଷୟ କୁମାର ସିଠ, ଜିନ୍ଦଲ କ୍ରୀଡା ଅଧିକାରୀ ତାପସ ମହାନ୍ତି, ପାଲଲହଡା ଫୁଟବଲ ସଂଘ ସଭାପତି ନେତ୍ରାନନ୍ଦ ମହାକୁଡ଼, ଫାଓ ଚୟନକର୍ତା ଆରଆଇ ଟିଗା ପ୍ରମୁଖ ସମ୍ମନିତ ଅତିଥି ରୂପେ ଯୋଗ ଦେଇଥିଲେ। ଝାରସୁଗୁଡା ଦଳର ବିଜୁ ଓରାମ ଓ ପ୍ରଶାନ୍ତ ଓରାମଙ୍କୁ ଶ୍ରେଷ୍ଠ ଖେଳାଳୀ ଭାବେ ପୁରସ୍କୃତ କରାଯାଇଥିବା ବେଳେ ପତାକାର ରାମଚନ୍ଦ୍ର ମୁର୍ମୁଙ୍କୁ ଶ୍ରେଷ୍ଠ ଗୋଲ କିପର ପୁରସ୍କାର ମିଳିଥିଲା ।
ଓପି ଜିନ୍ଦଲ ଅନୁଗୁଳ କପ ଫୁଟବଲ ଟୁର୍ଣ୍ଣାମେଣ୍ଟ: ଝାରସୁଗୁଡା ଚମ୍ପିୟାନ
- Post published:August 18, 2022
- Post category:କ୍ରୀଡ଼ା
- Post comments:0 Comments
- Post author:Biswaranjan Pattnaik

Tags: Angul