maa mangala vihar

ହେମସୁରପଡ଼ା କପ୍ ଫୁଟବଲ; ରବିବାର ଢେଙ୍କାନାଳ-କୁଚିଣ୍ଡା ଫାଇନାଲ

0

ଅନୁଗୁଳ: ଟାଉନ୍ ହାଇସ୍କୁଲ ପଡ଼ିଆରେ ଚାଲିଥିବା ଦଶମ ସର୍ବଭାରତୀୟ ହେମସୁରପଡ଼ା କପ୍ ଫୁଟବଲ ଟୁର୍ଧାମେଣ୍ଟର ଫାଇନାଲ୍‌ ଲାଇନ୍‌ଅପ୍ ଚୂଡ଼ାନ୍ତ ହୋଇଛି। ଆସନ୍ତା ରବିବାର ଟାଇଟଲ ପାଇଁ ଢେଙ୍କାନାଳ ଓ କୁଚିଣ୍ଡା ମଧ୍ୟରେ ଲଢ଼େଇ ହେବ। ଶୁକ୍ରବାର କୁଚିଣ୍ଡା ଓ ଆଠମଲ୍ଲିକ ମଧ୍ୟରେ ଦ୍ବିତୀୟ ସେମିଫାଇନାଲ ଖେଳାଯାଇଥିଲା । ଏହି ହାଇଭୋଲଟେଜ୍ ମ୍ୟାଚକୁ କୁଚିଣ୍ଡା ୨-୦ ଗୋଲରେ ଏକତରଫା ଭାବରେ ବିଜୟୀ ହୋଇ ଫାଇନାଲ୍‌ରେ ପ୍ରବେଶ କରିଥିଲା । ରେଫରୀ ଭାବେ ପ୍ରଶାନ୍ତ ପାଲ୍ ମ୍ୟାଚ୍ ପରିଚାଳନା କରିଥିବା ବେଳେ ଲାଇନ୍‌ରେ ସୁରେଶ କୁମାର ଦାସ ଓ ସଲିଳ କୁମାର ବେହେରା, ଚତୁର୍ଥ ଅଫିସିଆଲ୍ ଭାବେ ଦିଲ୍ଲୀପ କୁମାର ରାଉତ ସହଯୋଗ କରିଥିଲେ । ଅନୁଗୁଳ ବ୍ଲକ୍ ଅଧ୍ୟକ୍ଷ ନିରଞ୍ଜନ ଦେହୁରୀ ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ଭାବେ ଯୁବ ବିଜେଡିର ଜିଲ୍ଲା ସଭାପତି ଦିନେଶ ପ୍ରଧାନ, ବ୍ୟବସାୟୀ ଅଜୟ ଦଳବେହେରା, ବିରଞ୍ଜନ ମହାନ୍ତି ଓ ତପନ କୁମାର ତ୍ରିପାଠୀ ପ୍ରମୁଖ ଯୋଗ ଦେଇ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ।

 

 

Leave A Reply

Your email address will not be published.