ଅନଗୁଳ: କଦମ ପଡିଆରେ ଆୟୋଜିତ ଓପି ଜିନ୍ଦଲ କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ଆଜିର ଖେଳରେ ବରଗଡ଼ କୁଚିଣ୍ଡାକୁ ୩-୧ ଗୋଲ ବ୍ୟବଧାନରେ ପରାସ୍ତ କରି ଫାଇନାଲକୁ ଯାଇଛି। ଆଜିର ଖେଳ ପରିଚାଳନା କରିଥିଲେ ଶିବ ଶଙ୍କର ପଣ୍ଡା। କୃଷି ବିଜ୍ଞାନ କେନ୍ଦ୍ର, ଅନୁଗୁଳର ଅଧ୍ୟକ୍ଷ ଦେବାଶିଷ ମିଶ୍ର, ଜିନ୍ଦଲର ବରିଷ୍ଠ ଅଧିକାରୀ ଏସଏସ୍ ବିରାଦର, ନିଶା ସରପଞ୍ଚ ରାମଚନ୍ଦ୍ର ବେହେରା ଏବଂ ଅନୁଗୁଳ କ୍ରିକେଟ ଆସୋସିଏସନର ସଦସ୍ୟ ମାୟାଧର ମିଶ୍ର ଅତିଥି ରୂପେ ଯୋଗ ଦାନ କରିଥିଲେ। ଆସନ୍ତା କାଲି ସ୍ପୋର୍ଟସ ହଷ୍ଟେଲ କଟକ ଓ ବରଗଡ଼ ମଧ୍ୟରେ ଫାଇନାଲ ଖେଳ ଅନୁଷ୍ଠିତ ହେବ ।
ଓପି ଜିନ୍ଦଲ କପ୍ ଫୁଟବଲ୍କୁଚିଣ୍ଡାକୁ ୩-୧ ରେ ହରାଇ ବରଗଡ଼ ଫାଇନାଲରେ
- Post published:August 17, 2025
- Post category:କ୍ରୀଡ଼ା
- Post comments:0 Comments
- Post author:Biswaranjan Pattnaik

Tags: Angul