ଓପି ଜିନ୍ଦଲ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ନାଲକୋକୁ ହରାଇ ଢେ଼ଙ୍କାନାଳ ସେମିଫାଇନାଲରେ

You are currently viewing ଓପି ଜିନ୍ଦଲ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ନାଲକୋକୁ ହରାଇ ଢେ଼ଙ୍କାନାଳ ସେମିଫାଇନାଲରେ

ଅନୁଗୁଳ: ଓପି ଜିନ୍ଦଲ ଫୁଟବଲ୍‌ ଟୁର୍ଣ୍ଣାମେଣ୍ଟର ମଙ୍ଗଳବାର ଦ୍ଵିତୀୟ ଦିବସରେ ନାଲକୋ ଜୁନିଅରକୁ ୩-୧ ଗୋଲରେ ହରାଇ ପୋପୁଲାର୍ କ୍ଳବ୍‌ ଢେ଼ଙ୍କାନାଳ ସେମିଫାଇନାଲକୁ ଉନ୍ନୀତ ହୋଇଛି। ସ୍କୁଲ କ୍ରୀଡା ଅଧିକାରୀ ଭିକାରୀ ବନ୍ଧୁ ସାହୁ ମୁଖ୍ୟ ଅତିଥି ଏବଂ ଜିଲ୍ଲା କ୍ରୀଡା ସଂସଦର ସମ୍ପାଦକ ଡା ଗୌରଗୋବିନ୍ଦ ସାମନ୍ତ,ଜିଲ୍ଲା କ୍ରୀଡା ଅଧିକାରୀ ଅକ୍ଷୟ କୁମାର ସିଠ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।ଶ୍ରୀମୁଖ ଗଡ଼ନାୟକ ଖେଳ ପରିଚାଳନା କରିଥିଲେ। ତାଙ୍କୁ ସହଯୋଗ କରିଥିଲେ ଭୋଲେଶ୍ୱର ଗାଗ୍ରାଇ,ଦିଲୀପ ରାଉତ ଏବଂ ମନୋରଞ୍ଜନ ପଟ୍ଟନାୟକ। ମାନସ କୁମାର ଧାରା ବିବରଣୀ ପ୍ରଦାନ କରିଥିଲେ।

Share

Leave a Reply