ଓପି ଜିନ୍ଦଲ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ୨୦୨୪ ଉଦଯାପିତ: ଝାରସୁଗୁଡ଼ାକୁ ହରାଇ ଭୁବନେଶ୍ବର ଚମ୍ପିୟାନ

You are currently viewing ଓପି ଜିନ୍ଦଲ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ୨୦୨୪ ଉଦଯାପିତ: ଝାରସୁଗୁଡ଼ାକୁ ହରାଇ ଭୁବନେଶ୍ବର ଚମ୍ପିୟାନ

ଅନୁଗୁଳ: ଗତ ୭ ତାରିଖରୁ ଆରମ୍ଭ ହୋଇଥିବା ଓପି ଜିନ୍ଦଲ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ୨୦୨୪ ଆଜି ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି। ପିଟିଶି ପଡିଆରେ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟ ଫାଇନାଲରେ ଜଗା ୟୁନାଇଟେଡ କ୍ଳବ୍ ଭୁବନେଶ୍ୱର ଝାଡେଶ୍ୱର୍ କ୍ଳବ୍ ଝାରସୁଗୁଡ଼ାକୁ ଟାଇବ୍ରେକରରେ ୪-୩ ଗୋଲରେ ପରାସ୍ତ କରି ଚମ୍ପିୟାନ ହୋଇଥିଲା।

ଏହାପୂର୍ବରୁ ନିର୍ଦ୍ଧାରିତ ସମୟରେ ପରସ୍ପରକୁ ଗୋଟିଏ ଲେଖାଏଁ ଗୋଲ ଦେଇଥିଲେ।ପୁରସ୍କାର ବିତରଣି ସମାରୋହରେ ଢେ଼ଙ୍କାନାଳ ସାଂସଦ ରୁଦ୍ର ପାଣି ମୁଖ୍ୟ ଅତିଥି ଏବଂ ସମ୍ମାନିତ ଅତିଥି ରୂପେ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା, ଡିଆର୍‌ଡିଏ ମୁଖ୍ୟ ହେମନ୍ତ କୁମାର ସିଂହ, ଅନୁଗୁଳ ନଗରପାଳ ଅକ୍ଷୟ ସାମନ୍ତ,ଜିଲ୍ଲା କ୍ରୀଡା ଅଧିକାରୀ ଅକ୍ଷୟ କୁମାର ସିଠ, ଜିନ୍ଦଲ ନିର୍ବାହୀ ନିର୍ଦ୍ଦେଶକ ଦାମୋଦର ମିତ୍ତଲ, କ୍ରୀଡା ସଂସଦ କୋଷାଧ୍ୟକ୍ଷ କିଶୋର କର,ଜିନ୍ଦଲ ମହାପ୍ରବନ୍ଧକ ଜୟନ୍ତ ମହାନ୍ତି, ଆଶୁତୋଷ ମିଶ୍ର ପ୍ରମୁଖ ଯୋଗ ଦେଇ ଜିଲ୍ଲା କ୍ରୀଡା ବିକାଶରେ କମ୍ପାନୀର ସହଭାଗିତା ଉପରେ ଆଲୋକପାତ କରିଥିଲେ।

ଚମ୍ପିୟାନ ଦଳକୁ ନଗଦ ୭୫ ହଜାର ଟଙ୍କା ଏବଂ ଟ୍ରଫି ଓ ରନରସ୍ ଅପ୍ ଦଳକୁ ନଗଦ ୫୦ ହଜାର ଟଙ୍କା ଓ ଟ୍ରଫି ପ୍ରଦାନ କରାଯାଇଥିଲା। ଝାରସୁଗୁଡ଼ାର ରିଙ୍କୁ ଓରାମ ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଖେଳାଳୀ ଏବଂ ଭୁବନେଶ୍ୱରର ଟି. ନାଏକ ଫାଇନାଲର ଶ୍ରେଷ୍ଠ ଖେଳାଳୀ ପୁରସ୍କାର ପାଇଥିଲେ। ଜିନ୍ଦଲ କ୍ରୀଡା ଅଧିକାରୀ ତାପସ ମହାନ୍ତି ଟୁର୍ଣ୍ଣାମେଣ୍ଟ ପରିଚାଳନାରେ ସହାୟତା କରିଥିଲେ ।

Share

Leave a Reply