କାଳ ହେଲା ମୁକୁଳା ନାଳ, ଡ୍ରେନରେ ପଡ଼ି ଗଲା ଜଣଙ୍କ ଜୀବନ

You are currently viewing କାଳ ହେଲା ମୁକୁଳା ନାଳ, ଡ୍ରେନରେ ପଡ଼ି ଗଲା ଜଣଙ୍କ ଜୀବନ

ଅନୁଗୁଳ: ମୁକୁଳା ନାଳ ନେଲା ଜୀବନ। ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ପୋକତୁଙ୍ଗା ଗ୍ରାମର ହରିଜନ ସାହିରେ ନବ ବର୍ଷ ପାଳନ ବେଳେ ମୁକୁଳା ନାଳରେ ପଡ଼ି ଜଣଙ୍କ ଜୀବନ ଯାଇଛି। ମୃତକ ସାହିର ମଙ୍ଗୁଳୁ ଗୋଛାୟତ ବୋଲି ଜଣାଯାଇଛି।

ସୂଚନା ମୁତାବକ, ହରିଜନ ସାହି ବାସୀ ଇଂରାଜୀ ନବ ବର୍ଷ ପାଳନ ସାରି ଘରକୁ ଯିବା ପାଇଁ ବାହାରିଥିଲେ। ସେମାନଙ୍କ ସହ ମଙ୍ଗୁଳୁ ଗୋଚ୍ଛାୟତ ମଧ୍ଯ ଥିଲେ। କିନ୍ତୁ ଆଜି ସକାଳ ପର୍ଯ୍ୟନ୍ତ ସେ ଘରକୁ ଆସିଥିବାରୁ ଘର ଲୋକେ ଚାରି ଆଡେ ଖୋଜାଖୋଜି କରିଥିଲେ। ପରେ ମଙ୍ଗୁଳୁଙ୍କୁ ଘର ପାଖ ମୁକୁଳା ନାଳରେ ପଡ଼ିଥିବା ଦେଖିବାକୁ ମିଳିଥିଲା। କିନ୍ତୁ ଉଦ୍ଧାର କରିବା ବେଳକୁ ତାଙ୍କ ମୃତ୍ୟୁ ଘଟିସାରିଥିଲା। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ କରି ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଛି।

Share

Leave a Reply