ଅନୁଗୁଳ ପୋଲିସର ଅପରେସନ “ଅଗ୍ନି”, ୧.୫ କୋଟିର ବାଣ ଜବତ, ୧୩ ଗିରଫ

You are currently viewing ଅନୁଗୁଳ ପୋଲିସର ଅପରେସନ “ଅଗ୍ନି”, ୧.୫ କୋଟିର ବାଣ ଜବତ, ୧୩ ଗିରଫ

ଅନୁଗୁଳ: ପାର୍ବଣ ଋତୁ ପୂର୍ବରୁ ଅନୁଗୁଳ ଜିଲ୍ଲା ପୋଲିସ ଅପରେସନ “ଅଗ୍ନି” ମାଧ୍ୟମରେ ବିଭିନ୍ନ ଅଞ୍ଚଳରେ ଚଢ଼ାଉ କରି ପ୍ରାୟ ୧.୫ କୋଟି ଟଙ୍କାର ବେଆଇନ ବାଣ ଜବତ କରିଛି ଏବଂ ୧୩ ଜଣଙ୍କୁ ଗିରଫ କରିଛି। ଏସପି ରାହୁଲ ଜୈନଙ୍କ ନିର୍ଦ୍ଦେଶରେ ଗତ ଦୁଇ ଦିନ ଧରି ଚାଲିଥିବା ଏହି ଅଭିଯାନରେ ବିପୁଳ ପରିମାଣର ବାଣ ସହ ଏକ ପିକଅପ୍ ଭ୍ୟାନ ଜବତ ହୋଇଛି।

ଅନୁଗୁଳ ସହରରୁ ୧୬୫୦ କେଜି ବାଣ, ମୂଲ୍ୟ ପ୍ରାୟ ୧୮ ଲକ୍ଷ ଟଙ୍କା, ଜବତ ହୋଇଥିବା ବେଳେ ୩ ଜଣଙ୍କୁ ଗିରଫ କରାଯାଇଛି। ସଦର ଥାନା ଅଞ୍ଚଳରୁ ୧୫୦୦ କେଜି ବାଣ, ମୂଲ୍ୟ ୧୦ ଲକ୍ଷ ଟଙ୍କା, ଜବତ ହୋଇଥିବା ବେଳେ ୨ ଜଣ ଗିରଫ ହୋଇଛନ୍ତି। ତାଳଚେରରୁ ୩୦୦ କେଜି ବାଣ, ମୂଲ୍ୟ ୫ ଲକ୍ଷ ଟଙ୍କା, ଜବତ ସହ ୬ ଜଣଙ୍କୁ ଗିରଫ କରାଯାଇଛି। ଛେଣ୍ଡିପଦାରୁ ୧୦୦୦ କେଜି ବାଣ, ମୂଲ୍ୟ ୧୩ ଲକ୍ଷ ଟଙ୍କା, ଏବଂ ଜରପଡ଼ାରୁ ୫୦୦ କେଜି ବାଣ, ମୂଲ୍ୟ ୮ ଲକ୍ଷ ଟଙ୍କା, ଜବତ ହୋଇଥିବା ବେଳେ ଉଭୟ ଅଞ୍ଚଳରୁ ଜଣେ ଲେଖାଏ ଗିରଫ ହୋଇଛନ୍ତି। ବାଗେଡ଼ିଆରୁ ୧୦ କେଜି (୧୦ ହଜାର ଟଙ୍କା) ଏବଂ ଏନଟିପିସିରୁ ୨୫୦ କେଜି (୧.୫ ଲକ୍ଷ ଟଙ୍କା) ବାଣ ଜବତ ହୋଇଛି।

ପୋଲିସ ଭାରତୀୟ ନ୍ୟାୟ ସଂହିତା ଓ ଏକ୍ସପ୍ଲୋସିଭ ଆକ୍ଟର ବିଭିନ୍ନ ଧାରାରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ଏହି ଅଭିଯାନ ପାର୍ବଣ ଋତୁରେ ବେଆଇନ ବାଣ ବ୍ୟବସାୟକୁ ରୋକିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ଏସପି ରାହୁଲ ଜୈନ ପ୍ରକାଶ କରିଛନ୍ତି।

Share

Leave a Reply