ଅନୁଗୁଳ: ଅପରେସନ ଅନ୍ୱେଷଣରେ ଅନୁଗୁଳ ପୋଲିସକୁ ବାଦ ସଫଳତା ମିଳିଛି। ଗତ ପାଞ୍ଚ ଦିନ ମଧ୍ୟରେ ୨୦୧ ଜଣ ଶିଶୁ ଓ ମହିଳାଙ୍କୁ ଉଦ୍ଧାର କରାଯାଇଛି। ଏମାନଙ୍କ ମଧ୍ୟରୁ ୧୭୩ ଜଣ ମହିଳା ଓ ୨୮ ଜଣ ଶିଶୁ ଅଛନ୍ତି।
ଅନୁଗୁଳରୁ ସର୍ବାଧିକ ୬ ଜଣ ଶିଶୁଙ୍କୁ ଉଦ୍ଧାର କରାଯାଇଥିବା ବେଳେ ତାଳଚେରରୁ ସର୍ବାଧିକ ୨୫ ଜଣ ମହିଳା ଓ ଅନୁଗୁଳରୁ ୨୩ ଜଣ ମହିଳାଙ୍କୁ ଉଦ୍ଧାର କରାଯାଇଛି ।ସେହିଭଳି କଲିୟରି ଅଞ୍ଚଳରୁ ୨୧ ଜଣ ମହିଳାଙ୍କୁ ଉଦ୍ଧାର କରାଯାଇଛି।ଅନୁଗୁଳ ଏସପି ରାହୁଲ ଜୈନଙ୍କ ନିର୍ଦ୍ଦେଶରେ ଜିଲ୍ଲା ପୋଲିସ ପକ୍ଷରୁ ଅକ୍ଲାନ୍ତ ପରିଶ୍ରମ କରାଯାଇ ଜିଲ୍ଲାର ନିଖୋଜ ଶିଶୁ ମହିଳା ମାନଙ୍କୁ ବିଭିନ୍ନ ଜାଗାରୁ ଉଦ୍ଧାର କରାଯାଇଛି।