ଅନୁଗୁଳ: ଏକ ମାମଲାରେ ସୁରତର କୋର୍ଟ କଂଗ୍ରେସ ନେତା ରାହୁଲ୍ ଗାନ୍ଧୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏହି ମାମଲାରେ ରାହୁଲକୁ ଅଗଣତାନ୍ତ୍ରିକ ଉପାୟରେ ବଦନାମ କରିବା ଉଦ୍ଦେଶ୍ୟରେ ବିଜେପି ନ୍ୟାୟପାଳିକାକୁ ହାତ ବାରିଶି କରିଛି ବୋଲି ଅଭିଯୋଗ କରି ଆଜି ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଏକ ପ୍ରତିବାଦ ସଭା ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେରେ କରାଯାଇଛି।
ଜିଲ୍ଲା କଂଗ୍ରେସ କମିଟିର ସଭାପତି ବିପ୍ଳବ ଜେନାଙ୍କ ନେତୃତ୍ୱରେ ଆୟୋଜିତ ସଭାରେ କଂଗ୍ରେସ ନେତା ଜୟନ୍ତ କୁମାର ସାହୁ, ପ୍ରବୋଧ କୁମାର ସ୍ବାଇଁ, ଧର୍ମେନ୍ଦ୍ର ନାଥ ମିଶ୍ର, ଜିତେନ୍ଦ୍ର କୁମାର ସାହୁ, ତପସ୍ୱିନୀ ବିଶ୍ଵାଳ, ସୁଦୀପ୍ ମିଶ୍ର, ଅଳକା ମହାପାତ୍ର, ଭଗବାନ୍ ମହାନ୍ତି, ଲୁଟୁ ରଞ୍ଜନ ଥାପା, ଅଭିଷେକ ନାୟକ, ନୀଳକଣ୍ଠ ନାଏକ, ଅମୂଲ୍ୟ ବେହେରା, ଚିତ୍ତରଞ୍ଜନ ନାଏକ, ତ୍ରିନାଥ ସାହୁ, ସିଲୁ ସାହୁ, ରାକେଶ ମିଶ୍ର, ଭକ୍ତି ନାୟକ, ମନତ ରାଉତ୍, ବିରେନ୍ ସାହୁ, ସୌମ୍ୟ ରଂଜନ ବେହେରା, ଶୁଭମ୍ ସାହୁ, ଗୁଡୁ ବେହେରା, ରାହୁଲ୍ ସାହୁ, ଗୋପାଳ ଚନ୍ଦ୍ର ନାଥ ପ୍ରମୁଖ କଂଗ୍ରେସ ନେତୃ ବୃନ୍ଦ ଅଂଶ ଗ୍ରହଣ କରିଥିଲେ।