୭୯୬ ଏଏସ୍‌ଓ ପଦ ପାଇଁ ପରୀକ୍ଷା କରିବ ଓପିଏସ୍‌ସି, ୨୦ରୁ ପଞ୍ଜୀକରଣ

You are currently viewing ୭୯୬ ଏଏସ୍‌ଓ ପଦ ପାଇଁ ପରୀକ୍ଷା କରିବ ଓପିଏସ୍‌ସି, ୨୦ରୁ ପଞ୍ଜୀକରଣ

ଅନୁଗୁଳ: ଗୃହ ବିଭାଗ ଅଧୀନରେ ଥିବା ୭୯୬ଟି ଆସିଷ୍ଟାଣ୍ଟ ସେକ୍ସନ ଅଫିସର(ଏଏସ୍ଓ) ପଦ ପୂରଣ ହେବ। ଏଥିପାଇଁ ଓଡ଼ିଶା ଲୋକସେବା ଅୟୋଗ(ଓପିଏସ୍‌ସି) ପରୀକ୍ଷା କରାଯିବାକୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ୨୦ ତାରିଖରୁ ଏହି ପଦଗୁଡିକ ପାଇଁ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇ ଫେବୃଆରୀ ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ। ୩୩ଟି ଜୋନରେ ଉକ୍ତ ପରୀକ୍ଷା ହେବାନେଇ ବିଜ୍ଞପ୍ତିରେ ଦର୍ଶାଯାଇଛି। ମୋଟ ପଦ ମଧ୍ୟରୁ ଏସସିବିସି ବର୍ଗ ନିମନ୍ତେ ୬୨ଟି ପଦ ସଂରକ୍ଷିତ ରହିଥିବାବେଳେ ଅନସୂଚିତ ଜାତି ବର୍ଗରେ ୧୦୯ଟି ପଦ ସଂରକ୍ଷିତ। ସେହିଭଳି ୧୭୮ଟି ସିଟ ଅନୁସୂଚିତ ଜନଜାତି ବର୍ଗଙ୍କ ପାଇଁ ସଂରକ୍ଷିତ ଥିବାବେଳେ ୪୪୭ଟି ପଦବୀ ଅସଂରକ୍ଷିତ ଥିବା ଓପିଏସ୍‌ସି ପକ୍ଷରୁ ସୂଚନା ଦିଆଯାଇଛି। ମୋଟ ୨୬୫ଟି ପଦ ମହିଳାମାନଙ୍କ ପାଇଁ ସଂରକ୍ଷିତ ରହିଛି । ଏହି ପଦ ନିମେନ୍ତ ଆବେଦନ କରିବାକୁ ଜଣେ ପ୍ରାର୍ଥୀ ଅନ୍ୟୁନ ୨୧ ରୁ ୩୨ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। ୫ଶହ ଟଙ୍କା ପରୀକ୍ଷା ଫି’ ଧାର୍ଯ୍ୟ କରାଯାଇଛି। ପ୍ରାର୍ଥୀମାନେ ସ୍ନାତକ ପାସ୍ କରିବା ସହ କମ୍ପ୍ୟୁଟର ଜ୍ଞାନ ଥିବା ଜରୁରୀ । ଲିଖିତ ଏବଂ କମ୍ପ୍ୟୁଟରରେ ଦକ୍ଷତା ପରୀକ୍ଷା ମାଧ୍ୟମରେ ପ୍ରାର୍ଥୀଙ୍କୁ ଚୟନ କରାଯିବ । ଉକ୍ତ ପରୀକ୍ଷା ସମ୍ପର୍କିତ ସମସ୍ତ ତଥ୍ୟ ଓପିଏସ୍‌ସି ୱେବସାଇଟରେ ଦିଆଯାଇଥିବା ସଚିବ ଅଶୋକ କୁମାର ଦାଶ ସୂଚନା ଦେଇଛନ୍ତି ।

Share

Leave a Reply