ଅନୁଗୁଳ: ଅନୁଗୁଳ ପଞ୍ଚମହଲ ସ୍ଥିତ ଆସିଆନ ହୋଟେଲରେ ଆଜି ଦୁଇ ଦିନିଆ ଚତୁର୍ଥ ଓଡିଶା ନଦୀ ସମ୍ମିଳନୀ ଅନୁଷ୍ଠିତ ହୋଇଛି।
ସମ୍ମିଳନୀକୁ ବିଶିଷ୍ଟ ଗାନ୍ଧୀ ବାଦୀ ଓ ସର୍ବଦୟ ନେତ୍ରୀ କ୍ରିଷ୍ଣା ମହାନ୍ତି ଉଦଘାଟନ କରିଥିଲେ। ଶ୍ରୀମତୀ ମହାନ୍ତି କହିଥିଲେ, ନଦୀ ଓ ନଦୀର ସୁରକ୍ଷା ଏକାନ୍ତ ଅପରିହାର୍ଯ୍ୟ। ନଦୀର ଜଳାଧାର କମିଗଲେ ଜୀବନଧାରା ବି ବ୍ୟାଘାତପ୍ରାପ୍ତ ହେବ। ଓଡ଼ିଶାର ସବୁଠୁ ବଡ଼ ନଦୀ ମହାନଦୀର ସାମ୍ପ୍ରତିକ ବିପର୍ଯ୍ୟସ୍ତ ଅବସ୍ଥା ସମସ୍ତଙ୍କ ପ୍ରତି ଏକ ଆହ୍ୱାନ ବୋଲି ସେ କହିଥିଲେ।
ୱାଟର ଇନିସିଏଟିଭ ଓଡ଼ିଶାର ମୁଖ୍ୟ ରଂଜନ ପଣ୍ଡା ସ୍ଵାଗତ ସମ୍ଭାଷଣ ଓ ଆବାହକତ୍ୱ ତଥା ଏଫ୍.ଇ.ଏସ୍.ର ବରିଷ୍ଠ କାର୍ଯ୍ୟକର୍ତ୍ତା ସ୍ୱପ୍ନ ଷଡ଼ଙ୍ଗୀଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସଭାପତି ବିଶାଖା ଭଞ୍ଜ, ଆଇନାର ସମ୍ପାଦିକା ସ୍ନେହ ମିଶ୍ର, ମହାରାଷ୍ଟ୍ର ଜୀବିତ ନଦୀ ସଂସ୍ଥାର ଶୁଭା ସାଗର କୁଲକଣ୍ଠି ପ୍ରମୁଖ ମଞ୍ଚାସୀନ ଥିଲେ।
ଚଳିତବର୍ଷର ପ୍ରଥମ ଜଳଯୋଦ୍ଧା ସମ୍ମାନ ସମ୍ବଲପୁରର ସରୋଜଙ୍କୁ ପ୍ରଦାନ କରାଯାଇଥିବା ବେଳେ ‘ଆଜିର ଭଗୀରଥ ସମ୍ମାନ’ କନ୍ଧମାଳ ଜିଲ୍ଲାର ବୁଡ଼ନପିପଲୀ ଗୋଷ୍ଠୀ ଜଙ୍ଗଲ ସୁରକ୍ଷା କମିଟି ଏବଂ ଅନୁଗୁଳର ଉର୍ମିଳା ବେହେରାଙ୍କୁ ପ୍ରଥମ ଜାତୀୟ ସ୍ତରୀୟ ୟୁଥ ଫର ୱାଟର ‘ଜଳ ଓ ପରିବେଶ ପ୍ରଭାବ ସମ୍ମାନ’ ପ୍ରଦାନ କରାଯାଇଥିଲା।
ୱାଟରଏଡ୍ ଇଣ୍ଡିଆର ଓଡ଼ିଶା ମୁଖ୍ୟ ଅନୁରାଗ ଗୁଗ୍ନାଂକ ପୌରୋହିତ୍ୟରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ସ୍ତମ୍ଭକାର ତଥା ବିଶିଷ୍ଟ ଚାଷୀ ସରୋଜ ମହାନ୍ତି ଓ ଅର୍ବେନ୍ଦୁ ଚାଟାର୍ଜୀ ପ୍ରମୁଖ ବକ୍ତବ୍ୟ ବିଭିନ୍ନ ରଖିଥିଲେ। ଜଳ ଜୀବନ ସମ୍ପର୍କିତ ୩ଟି ଚଳଚ୍ଚିତ୍ରର ପ୍ରଦର୍ଶନୀ ପରେ ପ୍ରଥମ ଦିନର କାର୍ଯ୍ୟକ୍ରମ ସମାପନ ହୋଇଥିଲା। ଦୀପକ ପାଣି ଧନ୍ୟବାଦ ଅର୍ପଣ କରିଥିଲେ।