‘ଓଟିଇଟି’ ଦେଲେ ୩୦୭୫ ପରୀକ୍ଷାର୍ଥୀ

0

ଅନୁଗୁଳ: ଓଡ଼ିଶା ଟିଚର୍ ଏଲିଜିବିଲିଟି ଟେଷ୍ଟ (ଓଟିଇଟି) ଶୁକ୍ରବାର ଅନୁଗୁଳ ଜିଲ୍ଲାରେ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି । ଅନୁଗୁଳ ସହର ଓ ଏହାର ଉପକଣ୍ଠର ମୋଟ୍ ୫ଟି ସେଣ୍ଟରେ ସମୁଦାୟ ୩୦୭୫ ଜଣ ପରୀକ୍ଷାର୍ଥୀ ଏହି ଟେଷ୍ଟ ଦେଇଥିଲେ । ଏମାନଙ୍କ ମଧ୍ୟରେ ପ୍ରଥମ ସିଟିରେ ୧୮୭୭ ଓ ଦ୍ବିତୀୟ ସିଟିରେ ୧୧୯୮ ଜଣ ପରୀକ୍ଷା ଦେଇଥିବା ଜଣାପଡ଼ିଛି । କରୋନା କଟକଣା ମଧ୍ୟରେ ଓଟିଇଟି ପରୀକ୍ଷାର ସୁପରିଚାଳନା ପାଇଁ ଅନୁଗୁଳ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ସକାଳ ୮ଟାରୁ ପ୍ରଥମ ସିଟିଂ ଆରମ୍ଭ ହୋଇ ୧୦ଟା ୩୦ରେ ଶେଷ ହୋଇଥିଲା । ସେହିପରି ଦ୍ବିତୀୟ ସିଟିଂ ପରୀକ୍ଷା ମଧ୍ୟାହ୍ନ ୧୨ଟାରୁ ୨ଟା ୩୦ ପର୍ଯ୍ୟନ୍ତ ଚାଲିଥିଲା । ଅନୁଗୁଳ ହାଇସ୍କୁଲ ସମେତ ପିଟିସି ହାଇସ୍କୁଲ, ବାଳିକା ଉଚ୍ଚ ବିଦ୍ୟାଳୟ ଅନୁଗୁଳ, ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ଅନୁଗୁଳ ଓ କୁମଣ୍ଡ ଜରାସିଂହା ଉଚ୍ଚ ବିଦ୍ୟାଳୟରେ ପ୍ରଥମ ସିଟିଂ ପରୀକ୍ଷା ହୋଇଥିଲା । ଦ୍ବିତୀୟ ସିଟିଂ ପରୀକ୍ଷା ଅନୁଗୁଳ ହାଇସ୍କୁଲ, ବାଳିକା ହାଇସ୍କୁଲ ଓ ଏସ୍ଏସ୍ଏ ମ୍, ଅନୁଗୁଳରେ ଅନୁଷ୍ଠିତ ହୋଇଥିବା ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

online coaching

Leave A Reply

Your email address will not be published.