କରୋନାର ଦ୍ବିତୀୟ ଲହର ମୁକାବିଲା ଚିନ୍ତା

'ସତର୍କ ନହେଲେ ସ୍ଥିତି ବିଗିଡ଼ିବ'

0

ଅନୁଗୁଳ: କରୋନାକୁ ନେଇ ପୁଣି ବଢ଼ିଛି ଭୟ । ଭୟଙ୍କର ରୂପ ନେଇ ଲେଉଟିଛି କରୋନା ଭୂତାଣୁ । କରୋନା ଦ୍ବିତୀୟ ଲହର ମୁକାବିଲା ପାଇଁ ରାଜ୍ୟ ସରକାର ସତର୍କ ହୋଇଥିବା ବେଳେ ଅନୁଗୁଳ ଜିଲ୍ଲା ପ୍ରଶାସନ ମଧ୍ୟ ଅଣ୍ଟା ଭିଡ଼ିଛି । ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ଆଶୁ ପଦକ୍ଷେପ ସମ୍ପର୍କିତ ଏକ ବୈଠକ ଶୁକ୍ରବାର ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । କରୋନାର ଦ୍ବିତୀୟ ଲହରୀର ବ୍ୟାପକତାକୁ ଦୃଷ୍ଟିରେ ରଖି ଆସନ୍ତା ୧୫ରୁ ୨୦ଦିନ ବେଶ୍ ଗୁରୁତ୍ଵପୂର୍ଣ୍ଣ । ଏହାକୁ ଆଖି ଆଗରେ ରଖି କରୋନା କଟକଣା ଓ ଏନଫୋର୍ସମେଣ୍ଟ କାର୍ଯ୍ୟକୁ ଜିଲ୍ଲା ତମାମ୍ ଜୋରଦାର କରିବା ପାଇଁ ଜିଲ୍ଲାପାଳ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।ତାଳଚେର ଓ ପାଳଲହଡ଼ା ଉପଖଣ୍ଡର କରୋନା ପରିଚାଳନା ଦାୟିତ୍ବ ଅତିରିକ୍ତ ଜିଲ୍ଲାପାଳ( ସାଧାରଣ) ତପନ କୁମାର ଶତପଥୀଙ୍କ ଉପରେ ନ୍ୟସ୍ତ କରାଯାଇଛି । ସେହିପରି ଅନୁଗୁଳ ଓ, ଆଠମଲ୍ଲିକ ଉପଖଣ୍ଡର ଦାୟିତ୍ବ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ସନ୍ତୋଷ କୁମାର ପ୍ରଧାନଙ୍କ ଉପରେ ନ୍ୟସ୍ତ କରାଯାଇଛି । ଜିଲ୍ଲାର ଜନଗହଳିପୂର୍ଣ୍ଣ ସ୍ଥାନ ଯଥା- ହାଟ, ଶିଳ୍ପାନୁଷ୍ଠାନ ମାନଙ୍କରେ ସାମାଜିକ ଦୂରତ୍ବ ଓ ମାସ୍କ ପରିଧାନକୁ କଡାକଡି ପାଳନ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲା ଚିକିତ୍ସାଳୟର କରୋନା ୱାର୍ଡ କୁ ଅଧିକ ସଶକ୍ତ କରିବା ସହିତ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ସ୍ଵତନ୍ତ୍ର ଚିକିତ୍ସାଳୟର ଆବଶ୍ୟକତା ପଡିପାରେ । ସେଥିପାଇଁ ପ୍ରସ୍ତୁତ ରହିବାକୁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଦିଲ୍ଲୀପ କୁମାର ସାହୁ, ଅନୁଗୁଳ ଉପଜିଲ୍ଲାପାଳ ବାସୁଦେବ ଶତପଥୀଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.

error: Content is protected !!