ଜମି ଅଧିକରଣ ବେଳେ ପ୍ରତିବାଦ କରୁଥିବା ପରିବାରକୁ ଉଠାଇ ଆଗେଇଲା ଓଭରବ୍ରିଜ କାମ

You are currently viewing ଜମି ଅଧିକରଣ ବେଳେ ପ୍ରତିବାଦ କରୁଥିବା ପରିବାରକୁ ଉଠାଇ ଆଗେଇଲା ଓଭରବ୍ରିଜ କାମ

ତାଳଚେର: ଜମି ଅଧିଗ୍ରହଣ ବେଳେ ପ୍ରତିବାଦ କରୁଥିବା ପରିବାରକୁ ଉଠାଇ ଆଜି ତାଳଚେର ଥର୍ମାଲ ନିକଟସ୍ଥ ଓଭରବ୍ରିଜ କାମ ଆଗେଇଛି। ସୂଚନାନୁଯାୟୀ, ୨୦୧୫ ମସିହାରୁ ତାଳଚେର ଥର୍ମାଲ ଅନ୍ତର୍ଗତ ଦିଘି ଗାଁ ପାଖରେ ଓଭରବ୍ରିଜ୍ କାମ ବନ୍ଦ ପଡ଼ିଥିଲା। କିନ୍ତୁ ଏବେ ପ୍ରଶାସନ ତତ୍ପରତା ଦେଖାଇ ଏହି କାମ ପାଇଁ ଅଧିଗ୍ରହଣ ଆରମ୍ଭ କରିଛି।

ଆଜି ଏଥିପାଇଁ ଜମି ଅଧିଗ୍ରହଣ ବେଳେ ୧୦ଟି ପରିବାର ପ୍ରତିବାଦ କରିଥିଲେ। ସେମାନଙ୍କ କହିବାନୁସାରେ, ବ୍ରିଜ ହେଲେ ସେମାନେ ବିସ୍ଥାପିତ ହେବେ। ଏଣୁ ଏ ବାବଦକୁ ସେମାନଙ୍କୁ ସହାୟତା ମିଳୁ। ତେବେ ପ୍ରତିବାଦ କରୁଥିବା ୧୦ ପରିବାରରୁ ୬ଟି ପରିବାର ସହାୟତା ରାଶି ପାଇ ସାରିଥିବା ବେଳେ ବାକି ୪ଟିଙ୍କୁ ପ୍ରଶାସନ ପକ୍ଷରୁ ସହାୟତା ମିଳିବ ବୋଲି ପ୍ରଶାସନ ପ୍ରତିଶ୍ରୁତି ଦେଇଛି।

ଘଟଣାସ୍ଥଳରେ ତାଳଚେର ଉପ ଜିଲ୍ଲାପାଳ, କଳୀୟରି ଥାନା ପୁଲିସ ଓ ତାଳଚେର ଥାନା ପୋଲିସ ପହଞ୍ଚି ପ୍ରତିବାଦକାରୀଙ୍କୁ ବୁଝାସୁଝା କରି ଉଠାଇ ଜମି ଅଧିଗ୍ରହଣ କରିଥିବା ଜଣାଯାଇଛି।

Share

Leave a Reply