ପବିତ୍ର ନଗର କ୍ଲବର ନୂତନ କମିଟି ଗଠିତ, ନୂଆ ସଭାପତି ହେଲେ ଅଜୟ କୁମାର ପ୍ରଧାନ

You are currently viewing ପବିତ୍ର ନଗର କ୍ଲବର ନୂତନ କମିଟି ଗଠିତ, ନୂଆ ସଭାପତି ହେଲେ ଅଜୟ କୁମାର ପ୍ରଧାନ

 

ଅନୁଗୁଳ: ଅନୁଗୁଳ କଣିହାଁ ବ୍ଲକ ପବିତ୍ର ନଗର କ୍ଲବ ପରିସରରେ ମଙ୍ଗଳବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ କ୍ଲବର ସମସ୍ତ ସଦସ୍ୟ ଉପସ୍ଥିତ ରହି ଆଗାମୀ ୨୦୨୪ -୨୫ବର୍ଷ ପାଇଁ ନୂତନ କମିଟି ଗଠନ କରିଥିଲେ।

ନୂଆ ସଭାପତି ଭାବେ ଅଜୟ କୁମାର ପ୍ରଧାନ, ଉପସଭାପତି ଭାବେ ପ୍ରଦୀପ କୁମାର ମହାରଣା, ସମ୍ପାଦକ ଭାବେ ହିମାଂଶୁ ବେହେରା, ସହ ସମ୍ପାଦକ ଭାବେ ଜ୍ଞାନ ରଞ୍ଜନ ଜ୍ୟୋତିଷ, କୋଷାଧ୍ୟକ୍ଷ ଭାବେ ସୁଶାନ୍ତ କୁମାର ପ୍ରଧାନ, ମେମ୍ବର ହିମେନ୍ଦ୍ର ସାହୁ, ସୁଶାନ୍ତ କୁମାର ପ୍ରଧାନ, ରାଜେଶ ପ୍ରଧାନ, ଅରୁଣ କୁମାର ପ୍ରଧାନ, କାହ୍ନୁ ପ୍ରଧାନଙ୍କୁ ମନୋନୀତ ହୋଇଛି। ଏଥି ସହିତ କ୍ଲବର ସମସ୍ତ ସଦସ୍ୟ ଉପସ୍ଥିତ ରହିବା ସହ କାର୍ଯ୍ୟକୁ ସୁଚାରୁରୂପେ ସମାପନ କରିଥିଲେ।

Share

Leave a Reply