ମଧ୍ୟାହ୍ନ ଭୋଜନ ପାଚିକା ସହାୟିକା ମାନଙ୍କ ଦାବିରେ ମିଳିତ ସଂଘର ସଭା

You are currently viewing ମଧ୍ୟାହ୍ନ ଭୋଜନ ପାଚିକା ସହାୟିକା ମାନଙ୍କ ଦାବିରେ ମିଳିତ ସଂଘର ସଭା

ଅନୁଗୁଳ: ସରକାରୀ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଯୋଜନାରେ କାମ କରୁଥିବା ପାଚିକା ସହାୟିକାମାନଙ୍କୁ ବର୍ଷକୁ ୧୨ ମାସ ନିୟମିତ ଦରମା, ସରକାରୀ କର୍ମଚାରୀ ମାନ୍ୟତା, ଅବସର କାଳୀନ ପେନସନ ବ୍ୟବସ୍ଥା, ବିଦ୍ୟାଳୟ ବନ୍ଦ ନିଷ୍ପତ୍ତି ପ୍ରତ୍ୟାହାର ଏବଂ ଛଟେଇ ପାଚିକାଙ୍କୁ ପୁନଃ ନିଯୁକ୍ତି ଦାବିରେ ଓଡ଼ିଶା ମିଳିତ ପାଚିକା ସହାୟିକା ସଂଘ (ଏଆଇୟୁଟିୟୁସି ସହବନ୍ଧିତ) ପକ୍ଷରୁ କିଶୋରନଗର ବ୍ଲକର ବରପଡ଼ିଆଠାରେ ଏକ ସଭା ଅନୁଷ୍ଠିତ ହୋଇଛି।

ସଭାରେ ଏଆଇୟୁଟିୟୁସି ରାଜ୍ୟ ସମ୍ପାଦକ ମଣ୍ଡଳୀ ସଭ୍ୟ ତୀର୍ଥ ବାସି ଭୋଇ ଯୋଗଦାନ କରି କହିଛନ୍ତି ଯେ, ପାଚିକାମାନଙ୍କୁ ସରକାରୀ କର୍ମଚାରୀ ମାନ୍ୟତା କିମ୍ବା ମାସିକ ନିୟମିତ ଦରମା ନ ଦେଇ ସରକାର ସେମାନଙ୍କୁ ଶୋଷଣ କରୁଛନ୍ତି। ନ୍ୟାୟସଙ୍ଗତ ଅଧିକାର ପାଇଁ ସଂଗଠିତ ଆନ୍ଦୋଳନ ଗଢ଼ିତୋଳିବାକୁ ସେ ଆହ୍ୱାନ ଦେଇଛନ୍ତି।

ସଭାରେ କିଶୋରନଗର ବ୍ଲକ ପାଚିକା ସହାୟିକା ସଂଘର ଶକୁନ୍ତଳା ସାହୁ, ସୌଦାମିନୀ ସାହୁ, ମିଲୀ ସାହୁ, ମଞ୍ଜୁଲତା ଭୋଇ, ନଳିନୀ ସାହୁ, ଗୀତାଞ୍ଜଳି ସାହୁଙ୍କ ସମେତ ଶତାଧିକ ପାଚିକା ସହାୟିକା ଅଂଶଗ୍ରହଣ କରିଥିଲେ।

Share

Leave a Reply