ପଶ୍ଚିମ ଓଡ଼ିଶା ବରିଷ୍ଠ ନାଗରିକ ମହାସଂଘର କାର୍ଯ୍ୟକାରୀ ବୈଠକ

You are currently viewing ପଶ୍ଚିମ ଓଡ଼ିଶା ବରିଷ୍ଠ ନାଗରିକ ମହାସଂଘର କାର୍ଯ୍ୟକାରୀ ବୈଠକ

ଆଠମଲ୍ଲିକ: ପଶ୍ଚିମ ଓଡ଼ିଶା ବରିଷ୍ଠ ନାଗରିକ ମହାସଂଘର କାର୍ଯ୍ୟକାରୀ ବୈଠକ ବୁଧବାର ଆଠମଲ୍ଲିକର ପ୍ରସିଦ୍ଧ ଶୈବପୀଠ ଦେଉଳଝରୀରେ ଅନୁଷ୍ଠିତ ହୋଇଛି। ବୈଠକରେ ସଭାପତି ପ୍ରଫେସର ଟଉଲୁ ସାହୁ ସଭାପତିତ୍ୱ କରିଥିବା ବେଳେ ସାଧାରଣ ସମ୍ପାଦକ ପ୍ରହଲ୍ଲାଦ ମହାପାତ୍ର, ଉପଦେଷ୍ଟା ବାଳଗୋବିନ୍ଦ ମିଶ୍ର, କୋଷାଧ୍ୟକ୍ଷ କେଦାର ମିଶ୍ର, ଆଠମଲ୍ଲିକ ବରିଷ୍ଠ ନାଗରିକ ମଞ୍ଚ ସଭାପତି ବୀରେନ୍ଦ୍ର ମିଶ୍ର ଓ ଉପଦେଷ୍ଟା ନନ୍ଦକିଶୋର ମହାକୁଡ଼ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ।
ପଶ୍ଚିମ ଓଡିଶାର ଝାରସୁଗୁଡା, ସମ୍ବଲପୁର, ବରଗଡ଼, ସୋନପୁର, ବୌଦ୍ଧରୁ ମଧ୍ୟ କିଛି ସଦସ୍ୟ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଆଠମଲ୍ଲିକ ବରିଷ୍ଠ ନାଗରିକ ମଞ୍ଚର ଉପସଭାପତି ପିତାମ୍ବର ବିଶ୍ୱାଳ ଅଞ୍ଚଳର ସମସ୍ୟା ସମ୍ବନ୍ଧରେ ସୂଚନା ଦେଇଥିଲେ।

ସେହିପରି କିଶୋରନଗର ବ୍ଲକର ବରିଷ୍ଠ ନାଗରିକ ମଞ୍ଚର ସଭାପତି ସୁବାସ କୁମାର ପ୍ରଧାନ, ବଇଣ୍ଡା ବରିଷ୍ଠ ନାଗରିକ ମଞ୍ଚ ସଦସ୍ୟ ଚନ୍ଦ୍ରମଣି ପ୍ରଧାନ ନିଜ ମଞ୍ଚର କାର୍ଯ୍ୟକ୍ରମ ଓ ସମସ୍ୟା ସମ୍ପର୍କରେ ସୂଚନା ଦେଇଥିଲେ। ଶେଷରେ ଆଠମଲ୍ଲିକ ବରିଷ୍ଠ ନାଗରିକ ମଞ୍ଚ ସଭାପତି ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ।

Share

Leave a Reply