ପଦ୍ମଶ୍ରୀ ରାଧାମୋହନ ଗଡ଼ନାୟକଙ୍କ ୧୧୪ତମ ଜୟନ୍ତୀ ପାଳିତ, କବିଙ୍କ ସାହିତ୍ୟକୁ “ଜନମାନସର ସ୍ପନ୍ଦନ” କହିଲେ ଅତିଥି

You are currently viewing ପଦ୍ମଶ୍ରୀ ରାଧାମୋହନ ଗଡ଼ନାୟକଙ୍କ ୧୧୪ତମ ଜୟନ୍ତୀ ପାଳିତ, କବିଙ୍କ ସାହିତ୍ୟକୁ “ଜନମାନସର ସ୍ପନ୍ଦନ” କହିଲେ ଅତିଥି

ଅନୁଗୁଳ: ପଦ୍ମଶ୍ରୀ ରାଧାମୋହନ ଗଡ଼ନାୟକଙ୍କ ୧୧୪ତମ ଜୟନ୍ତୀ ଡିଆଇଇଟି ଅନୁଗୁଳ, ଛେଣ୍ଡିପଦା ଓ ସାରସ୍ବତ ସାହିତ୍ୟ ସଂସଦ, ଛେଣ୍ଡିପଦାଙ୍କ ମିଳିତ ଉଦ୍ୟମରେ ଅନୁଷ୍ଠିତ ହୋଇଛି। ଏ ଅବସରରେ କବିଙ୍କ ସ୍ମୃତି ଚାରଣ ନିମନ୍ତେ ଏକ ସଭାର ଆୟୋଜନ କରାଯାଇଥିଲା। ମୁଖ୍ୟ ଅତିଥି ଭାବେ ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା ଯୋଗଦେଇ କବିଙ୍କ ସାହିତ୍ୟକୁ “ଜନମାନସର ସ୍ପନ୍ଦନ” ବୋଲି ବର୍ଣ୍ଣନା କରିଥିଲେ।

ଖମାର ଉତ୍କଳମଣି ଗୋପବନ୍ଧୁ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ଡ. ଅକ୍ଷୟ କୁମାର ପଣ୍ଡା ଏବଂ ସାହିତ୍ୟ ସଂସଦର ପ୍ରତିଷ୍ଠାତା ସମ୍ପାଦକ ମୁଖ୍ୟବକ୍ତାଭାବେ ଯୋଗ ଦେଇ କବିଙ୍କ ଛନ୍ଦ ସାହିତ୍ୟରେ ଜନପ୍ରିୟତା, ତାହାର ସୃଜନଶୀଳତା ଓ ଓଡ଼ିଆ ସାହିତ୍ୟରେ ତାଙ୍କର ଅବିସ୍ମରଣୀୟ ଅବଦାନ ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ସାହିତ୍ୟ ସଂସଦର ସହ ସମ୍ପାଦକ ଡାକ୍ତର ସତ୍ୟ ନାରାୟଣ ଦାଶ, କବି ନଳିନୀ ମଞ୍ଜରୀ ଦାଶ, DIET ଅଧ୍ୟକ୍ଷ ବିକ୍ରମ କୁମାର ସାହୁ, ପୂର୍ବତନ ସମ୍ପାଦକ ସୁରେନ୍ଦ୍ର ଚନ୍ଦନ, ବରିଷ୍ଠ ସଦସ୍ୟ ସମୀର କୁମାର ସାମନ୍ତରାୟ ପ୍ରମୁଖ ଯୋଗ ଦେଇଥିଲେ।

Share

Leave a Reply