ହାଇକୋର୍ଟ କ୍ୟାଲେଣ୍ଡରରେ ଅନୁଗୁଳର କୁନି ଚିତ୍ରକରଙ୍କ ଛବି

You are currently viewing ହାଇକୋର୍ଟ କ୍ୟାଲେଣ୍ଡରରେ ଅନୁଗୁଳର କୁନି ଚିତ୍ରକରଙ୍କ ଛବି

ଅନୁଗୁଳ: ନିକଟରେ ଓଡିଶା ହାଇକୋର୍ଟର ଜୁଡିସିଆଲ କ୍ୟାଲେଣ୍ଡର ମୁଖ୍ୟ ବିଚାରପତି ଏସ. ମୁରଲୀଧରଙ୍କ ଦ୍ଵାରା ଉନ୍ମୋଚିତ ହୋଇଯାଇଛି। ଏହି କ୍ୟାଲେଣ୍ଡରରେ ସ୍ଥାନିତ ୧୨ଟି ଚିତ୍ର ଚୟନ ପାଇଁ ଗତ ନଭେମ୍ବର ୧୨ ତାରିଖରେ ସବୁ ଜିଲ୍ଲା କୋର୍ଟ ପକ୍ଷରୁ ଏକ ପ୍ରତିଯୋଗୀତା ଆୟୋଜିତ ହୋଇଥିଲା। ପ୍ରଖ୍ୟାତ ଚିତ୍ରଶିଳ୍ପୀ ପ୍ରଫୁଲ୍ଲ ମହାନ୍ତି, ରବି ରଥ ଓ ନୃତ୍ୟାଙ୍ଗନା ପ୍ରିୟମ୍ବଦା ମହାନ୍ତି ହେଜମାଦି ପ୍ରମୁଖ ବିଚାରକ ଭାବେ ଯୋଗ ଦେଇଥିଲେ।

ପ୍ରକୃତି ଓ ବନ୍ୟପ୍ରାଣୀ ବିଷୟ ଉପରେ ଆଧାରିତ ଏହି ପ୍ରତିଯୋଗିତାରେ ଜଗନ୍ନାଥ ଏରିଆ ଡିଏଭି ପବ୍ଲିକ ସ୍କୁଲ ସପ୍ତମ ଶ୍ରେଣୀର ଛାତ୍ର ଆଶୀର୍ବାଦ ଦାସଙ୍କ ପେଣ୍ଟିଙ୍ଗଟି ଅନ୍ୟତମ ଶ୍ରେଷ୍ଠ ବିବେଚିତ ହୋଇ କ୍ୟାଲେଣ୍ଡରରେ ସ୍ଥାନିତ ହୋଇଛି। ପ୍ରତିଭା ସମ୍ପନ୍ନ ଏହି କୁନି ଚିତ୍ରକରଙ୍କ ପିତା ତପନ ଦାସ ଓ ମା’ ରୋଜାଲୀନ ଦାସ। ସେମାନେ ଏବେ ଡେରା କଲୋନୀରେ ରହୁଥିବା ବେଳେ ଆଶୀର୍ବାଦଙ୍କ କୃତିତ୍ୱ ପାଇଁ ବିଭିନ୍ନ ମହଲରେ ପ୍ରସଂଶା କରାଯାଇଛି ।ହାଇକୋର୍ଟ ଏକାଡେମୀ ପକ୍ଷରୁ ଆଶିର୍ବାଦଙ୍କୁ ମଧ୍ୟ ଅନ୍ୟ କୁନି ଚିତ୍ରକରଙ୍କ ସହ ଉନ୍ମୋଚନ ସମାରୋହରେ ସମ୍ବର୍ଦ୍ଧିତ କରାଯାଇଛି ।

Share

Leave a Reply