ପାଲା ଗାୟକ ସଂଘର କାର୍ଯ୍ୟକାରିଣୀ ବୈଠକ

You are currently viewing ପାଲା ଗାୟକ ସଂଘର କାର୍ଯ୍ୟକାରିଣୀ ବୈଠକ

ଅନୁଗୁଳ: ସ୍ଥାନୀୟ ଗାୟତ୍ରୀ ମନ୍ଦିର ପରିସରରେ ପାଲା ଗାୟକ ସଂଘର କାର୍ଯ୍ୟକାରିଣୀ ବୈଠକ ଆୟୋଜିତ ହୋଇଯାଇଛି। ସଂଘର ସଭାପତି ଧ୍ରୁବଚରଣ ସାହୁଙ୍କ ସଭାପତିତ୍ବରେ ଆୟୋଜିତ ଏହି ବୈଠକରେ ୮ଟି ବ୍ଲକର ପାଞ୍ଚଟି ମଣ୍ଡଳର ସଭାପତି ଓ ସମ୍ପାଦକ ଯୋଗଦାନ କରିଥିଲେ।ଜିଲ୍ଲା ପ୍ରଶାସନ ଜରିଆରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମକୁ ଜଣେ ଦୁଇଜଣ ବ୍ୟକ୍ତି ବ୍ୟକ୍ତି ଉପଭୋଗ କରୁଥିବାରୁ ସେଥିନେଇ କ୍ଷୋଭ ପ୍ରକାଶ ପାଇଥିଲା ।

ଏଭଳି ପକ୍ଷପାତିତା ବିରୁଦ୍ଧରେ ଜିଲ୍ଲା ପ୍ରଶାସନ ଓ ବ୍ଲକ୍ କଳା-ସଂସ୍କୃତି ବିଭାଗକୁ ଅବଗତ କରାଯାଇଥିବାରୁ ସେମାନେ ଏଥିନେଇ ଧ୍ୟାନ ଦେବାକୁ ଗାୟକ ସଂଘ ପକ୍ଷରୁ ମତ ପ୍ରକାଶ ପାଇଥିଲା। ବୈଠକରେ ଲୋକ ନୃତ୍ୟ,ଲୋକ ସଙ୍ଗୀତ ତଥା ବିଭିନ୍ନ ଲୋକ କଳାର ସୁରକ୍ଷା ଓନ ଅଭିବୃଦ୍ଧି ପାଇଁ ଜିଲ୍ଲାରେ ଏକ କଳାକାର ଗୃହର ଆବଶ୍ୟକତା ଥିବାରୁ ଏଥିନେଇ ବିଧାୟକ, ସାଂସଦ ଙ୍କୁ ଅବଗତ କରାଯିବାକୁ ନିଷ୍ପତ୍ତି ହୋଇଥିଲା।

ଏହାଛଡା ଜିଲ୍ଲା ସମ୍ମିଳନୀ,ମଣ୍ଡଳସ୍ତରୀୟ ନିର୍ବାଚନ ଉପରେ ମଧ୍ୟ ଆଲୋଚନା ହୋଇଥିଲା। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଈଶ୍ୱର ଚନ୍ଦ୍ର ତ୍ରିପାଠୀ,ଉପଦେଷ୍ଟା ଡ଼ା ରବି ନାରାୟଣ ପଣ୍ଡା,ଗାୟକ ଚତୁର୍ଭୁଜ ନାୟକ,ସାଂସ୍କୃତିକ ସମ୍ପାଦକ ସୁରେଶ ଚନ୍ଦ୍ର ସାହୁ,ସଂଗଠନ ସମ୍ପାଦକ ମାନସ କର,ହେମନ୍ତ କୁମାର ଭୋଇ,ନାରାୟଣ ତ୍ରୀପାଠୀ ସୁଧାକର ପ୍ରଧାନ,ଗଗନ ବିହାରୀ ପ୍ରଧାନ,ବିଭୂତି ଭୂଷଣ ନାଥ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ନେହେରୁ ନାଏକ ଧନ୍ୟବାଦ୍ ଦେଇଥିଲେ।

Share

Leave a Reply