ପଲ୍ଲିଶ୍ରୀ ମେଳା-୨୦୨୪ ଉଦଘାଟିତ, ଅଂଶଗ୍ରହଣ କରିଛନ୍ତି ୧୫ ରାଜ୍ୟ

You are currently viewing ପଲ୍ଲିଶ୍ରୀ ମେଳା-୨୦୨୪ ଉଦଘାଟିତ, ଅଂଶଗ୍ରହଣ କରିଛନ୍ତି ୧୫ ରାଜ୍ୟ

ଅନୁଗୁଳ: ଅନୁଗୁଳ ଜିଲ୍ଲା ପ୍ରଶାସନ ଓ ଓରମାସର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ହାଇସ୍କୁଲ ପଡିଆ ଠାରେ ପଲ୍ଲିଶ୍ରୀ ମେଳା ୨୦୨୪ ଉଦଘାଟିତ ହୋଇଛି। ଢେଙ୍କାନାଳ ସାଂସଦ ମହେଶ ସାହୁ କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ। ଏହି ପଲ୍ଲିଶ୍ରୀ ମେଳା ୧୫ ତାରିଖ ପର୍ଯ୍ୟନ୍ତ ଚାଲୁରହିବ। ଏଥିରେ ୨୦୦ ଗୋଟି ଷ୍ଟଲ ରହିଥିବା ବେଳେ ଓଡ଼ିଶା ସମେତ ୧୫ ଟି ରାଜ୍ୟ ଯଥା: ପଞ୍ଜାବ, ପଶ୍ଚିମବଙ୍ଗ, ନୂଆଦିଲ୍ଲୀ, ରାଜସ୍ଥାନ, ଛତିଶଗଡ, ଜମ୍ମୁ କାଶ୍ମୀର, ମହାରାଷ୍ଟ୍ର, କର୍ଣ୍ଣାଟକ, ଉତ୍ତର ପ୍ରଦେଶ, ଝାଡ଼ଖଣ୍ଡ ,ବିହାର, ଆନ୍ଧ୍ର ପ୍ରଦେଶ ଓ ମଣିପୁର ଅଂଶଗ୍ରହଣ କରିଛନ୍ତି। ସେହିପରି ରାଜ୍ୟର ସମସ୍ତ ଜିଲ୍ଲାର ୧୨୫ ଗୋଟି ସ୍ବୟଂ ସହାୟକ ଗୋଷ୍ଠୀ ଭାଗ ନେଇଛନ୍ତି।

ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ବବିତା ପ୍ରଧାନ, ବସୁଧାର ଉପଦେଷ୍ଟା ଦିନେଶ ପ୍ରଧାନ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ହେମନ୍ତ କୁମାର ସିଂହ, ଜିଲ୍ଲା ପରିଷଦର ଅତିରିକ୍ତ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ପଦ୍ମନାଭ ସାମନ୍ତରାୟ , ଓରମାସର ଉପ କାର୍ଯ୍ୟନିର୍ବାହୀ ଅଧିକାରୀ ସୌରଭମୟ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

Share

Leave a Reply