ଅନୁଗୁଳ: ଦିନିକିଆ ଅନୁଗୁଳ ଗସ୍ତରେ ଉତ୍ତରାଞ୍ଚଳ ରାଜସ୍ଵ ଆୟୁକ୍ତ ସଚ୍ଚିନ୍ ରାମଚନ୍ଦ୍ର ଯାଦବ। ଶ୍ରୀ ଯାଦବ ଆଜି ସ୍ଥାନୀୟ ଜିଲ୍ଲା କାର୍ଯ୍ୟାଳୟ କୋର୍ଟ ରୁମ୍ ଠାରେ ରାଜସ୍ୱ ମାମଲାର ଶୁଣାଣି (କ୍ୟାମ୍ପ କୋର୍ଟ) କରିଛନ୍ତି। ସେ ମୋଟ ୮୬ଗୋଟି ରାଜସ୍ୱ ମାମଲା ଶୁଣାଣି କରି ୪୧ ଟିର ଫଇସଲା କରିଥିଲେ। ଶିବିରରେ ଆଇନଜୀବୀ, ଆବେଦନକାରୀ, ଜିଲ୍ଲାସ୍ତରୀୟ ରାଜସ୍ବ ଅଧିକାରୀ ଓ ସମ୍ବଲପୁର ରାଜସ୍ୱ ଆୟୁକ୍ତଙ୍କ କାର୍ଯ୍ୟାଳୟର ଅଧିକାରୀ ମାନେ ଉପସ୍ଥିତ ଥିଲେ।
ଅନୁଗୁଳ ଗସ୍ତରେ ଉତ୍ତରାଞ୍ଚଳ ରାଜସ୍ଵ ଆୟୁକ୍ତ ସଚ୍ଚିନ୍ ରାମଚନ୍ଦ୍ର ଯାଦବ, କ୍ୟାମ୍ପ କୋର୍ଟରେ ୪୧ ଟି ମାମଲାର କଲେ ଫଇସଲା
- Post published:February 7, 2025
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau
Tags: Angul





